ସୁବର୍ଣପୁର ,(୨୫/୧୧): ଅତୀତ ର ନୌବାଣିଜ୍ୟ ସ୍ମୁତି ଓ ପରମ୍ପରା କୁ ଉଜ୍ଜୀବିତ ରଖିଥାଏ ଏଵଂ ଓଡ଼ିଶା ର ବଣିକ ପୁଅ ଓ ନାବିକ ମାନଙ୍କ ଦକ୍ଷତା କୌଶଳ ପ୍ରମାଣ କରେ ନୌକା ଚାଲଣା ପ୍ରତିଯୋଗିତା l ଏଥିରୁ ବାଦ ପଡିନି ଐତିହାସିକ ଓ ପର୍ୟ୍ୟଟନ ର ସହର ସୁବର୍ଣ୍ଣପୁର l ସୋନପୁର ଭଗବତ୍ ପାଠାଗାର ପକ୍ଷରୁ ଗତ କାଲି ୬୩ ତମ ରାଜ୍ୟ ସ୍ତରୀୟ ନୌକା ପ୍ରତିଯୋଗୀତା ଓ ବାଳକ ଭୋଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି l
୭ ଟି ଜିଲ୍ଲା ରୁ ୬୦ ଯୋଡି ସମୁଦାୟ ୧୨୦ ପ୍ରତିଯୋଗୀ ଏଠାରେ ଭାଗ ନେଇଥିବା ବେଳେ ପ୍ରଥମେ ୫ ଗୋଟି ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସେଥିରୁ ୧୦ ଟି ଯୋଡ଼ି ଙ୍କୁ ଫାଇନାଲ ରାଉଣ୍ଡ୍ ପାଇଁ ମନୋନୀତ କରା ଯାଇଥିଲା l ଶେଷ ରାଉଣ୍ଡ ରେ ୧୦ ଟି ଯୋଡି ଙ୍କ ମଧ୍ୟରେ ଅନୁଷ୍ଟିତ ପ୍ରତିଯୋଗିତା ରେ ପ୍ରଥମ ବିଜେତା ହୋଇଥିଲେ ସମ୍ବଲପୁର ଜିଲ୍ଲା ର ବିଶ୍ୱନାଥ ଦଣ୍ଡ ସେନା ଓ ବିକାଶ ସାହୁ l ଦ୍ୱିତୀୟ ବିଜେତା ହେଲେ ସୁବର୍ଣ୍ଣପୁର ଜିଲ୍ଲା ର ସୁଜିତ ତରିଆ ଓ ଅଭି ବେହେର l ଏବଂ ତୃତୀୟ ବିଜେତା ହେଲେ ବୌଦ୍ଧ ଜିଲ୍ଲା ର ସତ୍ୟ ନାରାୟଣ ବେହେରା ଓ ରାଜୀବ ଭୁକ୍ତା l ପ୍ରତିଯୋଗିତା ବେଳେ ଗୋଟିଏ ଦଳର ନୌକା ବୁଡ଼ି ଯାଇଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶିଷ୍ ସିଂ ଯୋଗ ଦେଇ ଏ ଐତିହାସିକ ତେନ୍ତୁଳି ଘାଟ ଓ ଲଙ୍କେଶ୍ୱରୀ ପୀଠ ର ବିକାଶ ସହିତ ପର୍ଯ୍ୟଟକ ଙ୍କ ଆକର୍ଷଣ ପାଇଁ ପ୍ରୟାସ ଜାରି ରହିବ ବୋଲି କହିଥିଲେ l ଏଠାକାର ଭବ୍ୟ ଧର୍ମଶାଳା କୁ ପୁନରୁଦ୍ଧାର କରାଯିବ ବୋଲି କହିଥିଲେ l
ସମ୍ମାନିତ ଅତିଥି ଭାବରେ ଏସପି ନାରାୟଣ ନାୟକ, ଏଡିଏମ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ଡ଼ ସୌମ୍ୟ ରୁପା ରଥ, ସମାଜ ସେବୀ ଗୋବିନ୍ଦ ମହାରଣା, ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ, ସମାଜ ସେବୀ ଅରବିନ୍ଦ ବାରିକ, ବିଜେପି ନେତା ସାନନ୍ଦ ବାରିକ୍, ଯୁବ ନେତା ଅମୀୟ ରଞ୍ଜନ ଦାଶ ଯୋଗ ଦେଇ ଜିଲ୍ଲାପାଳ ଙ୍କ ସମେତ ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ l ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ଭାଗବତ ପାଠାଗାର ସଂମ୍ପାଦକ ପବିତ୍ର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ l କୁନୁ ବେହେରା ଅତିଥି ଙ୍କୁ ସ୍ୱାଗତ କରି ସଭା ସାଙ୍ଗ କରିଥିଲେ l ସକାଳ ୧୧ ଟା ରେ ସାମୁହିକ ବାଳକ ଭୋଜନ ସମାରୋହ ଅନୁଷ୍ଠିତ ହୋଇଥିଲା l ନୌକା ପ୍ରତିଯୋଗୀତା ଓ ବାଳକ ଭୋଜନ ସମାରୋହ କୁ ଜିଲ୍ଲାପାଳ ଶ୍ରୀ ସିଂ ଉଦ୍ଘାଟନ କରିଥିବା ବେଳେ ଏଥିରେ ୫ ହଜାର ରୁ ଉର୍ଦ୍ଧ୍ୱ ବାଳକ ବାଳିକା ଯୋଗ ଦେଇଥିଲେ l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ l

