ବଢ଼ୁଛି ମାଙ୍କଡ଼ ଉପଦ୍ରବ, ଦୁଇ ଦିନରେ ୧୦ ଜଣଙ୍କୁ ଆକ୍ରମଣ

Date:

Share post:

ବାସୁଦେବପୁର, (୨୬/୦୬) : ଆପ୍ର : ବଢ଼ୁଛି ମାଙ୍କଡ଼ ଉପଦ୍ରବ । ଦୁଇ ଦିନରେ ୧୦ ଜଣଙ୍କୁ ମାଙ୍କଡ ଆକ୍ରମଣ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନାୟକପୁର ପଞ୍ଚାୟତରେ ମାଙ୍କଡ଼ ଆତଙ୍କ ।

ଆଜି ୪ ଜଣଙ୍କୁ ମାଙ୍କଡ଼ କାମୁଡି ରକ୍ତାକ୍ତ କରିଛି । ଜଣେ ମହିଳା ମନ୍ଦିରରୁ ପୂଜା ସାରି ଫେରିବା ବେଳେ ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିଲେ । ମାଙ୍କଡ଼ କାମୁଡ଼ି ତାଙ୍କୁ ରକ୍ତାକ୍ତ କରି ଦେଇଥିଲା । ସେହିପରି ଆଉ ଜଣେ ବ୍ୟକ୍ତିଙ୍କ ଗୋଡକୁ କାମୁଡି ଗୁରୁତର କରିଦେଇଛି ମାଙ୍କଡ଼ । ତାଙ୍କୁ ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଭଦ୍ରକ ମେଡିକାଲକୁ ରେଫର କରାଯାଇଛି । ଆଉ ଦୁଇ ଜଣଙ୍କୁ ମଧ୍ୟ ରକ୍ତାକ୍ତ ଆକ୍ରମଣ କରିଛି ମାଙ୍କଡ଼ । ସେହିପରି ବେହେରା ସାହିର ୬ ଜଣ ମାଙ୍କଡ଼ ଆକ୍ରମଣରେ ଖଣ୍ଡିଆ ଖାବରା ହୋଇଛନ୍ତି । ମାଙ୍କଡ଼ ଆତଙ୍କରେ ଘରୁ ବାହାରିବାକୁ ଲୋକେ ଡରିଲେଣି । ବନ ବିଭାଗ କର୍ମଚାରୀ ପହଞ୍ଚି ମାଙ୍କଡ଼କୁ କାବୁ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଫଳ ହୋଇ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...