Homelocalବିନିକା ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର : ୫୯ ୟୁନିଟ ରକ୍ତ ସଂଗ୍ରହ

ବିନିକା ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର : ୫୯ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର, (୧୨/୦୬) : ଆପ୍ର : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାରୱାଡି ୟୁବା ମଞ୍ଚ ତରଫରୁ ବିନିକା ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।WhatsApp Image 2026 06 13 at 11.12.11

ମୁଖ୍ୟ ଅତିଥି ଭାବେ ବିନିକା ତହସିଲଦାର ରସ୍ନା ଭୋଇ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଡ଼ିଓ ଶରତ ଚନ୍ଦ୍ର ବାଗ, ଏନଏସି ଇଓ ମାନସ ରଞ୍ଜନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୫୯ ଜଣ ରକ୍ତଦାତା ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ । ସୋନପୁର ବ୍ଲଡ଼ ବ୍ୟାଙ୍କ ରୁ ଡ଼. ମନୋଜ ପଧାନ,ସତ୍ୟବ୍ରତ ତାଣ୍ଡି, ଜଗତ ଦରୱାନ,ଯୁଧିଷ୍ଠିର ନାଏକ, ଟଙ୍କଧର କଅର ପ୍ରମୁଖ ଷ୍ଟାପ ରକ୍ତଦାତା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ମାରୱାଡି ଯୁବାମଞ୍ଚ ର ସଭାପତି ସନ୍ତୋଷ ଅଗ୍ରୱାଲ ସମ୍ପାଦକ ସୁଭାଷ ଅଗ୍ରୱାଲ, ଅମର ଅଗ୍ରୱାଲ,ଆଲୋକ ଅଗ୍ରୱାଲ,ଅନ୍ତୁ ଅଗ୍ରୱାଲ,ନବୀନ ଅଗ୍ରୱାଲ,ବିକାଶ ଅଗ୍ରୱାଲ, ସଞ୍ଜୀବ ଅଗ୍ରୱାଲ , ଗୋକୁଳ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments