ଗୁଣପୁର, (୧୧/୧୧) : ଆପ୍ର : ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିବାର ସରକାରଙ୍କ ଏକ ଅଭିନବ ଯୋଜନା ପେନସନ ଯୋଜନା ।
ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗୁଣପୁର ମୂଖ୍ୟ ଶାଖା ପକ୍ଷରୁ ଅନେକ ସମୟରେ ବିଭିନ୍ନ ସଚେତନାତ୍ମକ କାର୍ଯ୍ୟକ୍ରମ କରାଯାଇଥାଏ । କିନ୍ତୁ ଗାଁ ଗହଳିରେ ରହୁଥିବା କେତେକ ବୃଦ୍ଧ ବୃଦ୍ଧା ବ୍ୟାଙ୍କ ଶାଖାକୁ ଆସିବାକୁ ଅସମର୍ଥ । ଯେଉଁ ମାନେ ବ୍ୟାଙ୍କ ଶାଖାକୁ ଆସି ନିଜର ଲାଇଫ୍ ସାର୍ଟିଫିକେଟ ଦେଇ ପାରୁନାହାଁନ୍ତି ସେମାନଙ୍କ ସୁବିଧା ପାଇଁ ଗୁଣପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୂଖ୍ୟ ଶାଖା ପକ୍ଷରୁ ଘରକୁ ଘର ଯାଇ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ ଆଣିବାର ବ୍ୟବସ୍ଥା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ଶାଖାର ମୁଖ୍ୟ ପରିଚାଳକ ସୁରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଚିଫ୍ ଏସୋସିଏଟ୍ ଏସ୍ ମୋହନ ଗୋଠଳପଦର, ଡମ୍ବସରା, କୁଜେନ୍ଦ୍ରୀ ଭଳି ଗ୍ରାମାଞ୍ଚଳକୁ ଯାଇ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ ସଂଗ୍ରହ କରିଥିବା ଦେଖିବାକୁ ମିଳିଥିଲା । ବ୍ୟାଙ୍କ କର୍ମଚାରୀ ଏଭଳି ଗ୍ରାମ ଗ୍ରାମ ବୁଲି ସାର୍ଟିଫିକେଟ ସଂଗ୍ରହ କରୁଥିବାରୁ ବହୁ ଉପଭୋକ୍ତା ଉପକୃତ ହୋଇଥିବା ଉପଭୋକ୍ତା ମାନେ କହିଛନ୍ତି । ଏଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।

