ସୁବର୍ଣ୍ଣପୁର, (୧୨/୦୬) : ଆପ୍ର : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାରୱାଡି ୟୁବା ମଞ୍ଚ ତରଫରୁ ବିନିକା ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଅତିଥି ଭାବେ ବିନିକା ତହସିଲଦାର ରସ୍ନା ଭୋଇ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଡ଼ିଓ ଶରତ ଚନ୍ଦ୍ର ବାଗ, ଏନଏସି ଇଓ ମାନସ ରଞ୍ଜନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୫୯ ଜଣ ରକ୍ତଦାତା ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ । ସୋନପୁର ବ୍ଲଡ଼ ବ୍ୟାଙ୍କ ରୁ ଡ଼. ମନୋଜ ପଧାନ,ସତ୍ୟବ୍ରତ ତାଣ୍ଡି, ଜଗତ ଦରୱାନ,ଯୁଧିଷ୍ଠିର ନାଏକ, ଟଙ୍କଧର କଅର ପ୍ରମୁଖ ଷ୍ଟାପ ରକ୍ତଦାତା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ମାରୱାଡି ଯୁବାମଞ୍ଚ ର ସଭାପତି ସନ୍ତୋଷ ଅଗ୍ରୱାଲ ସମ୍ପାଦକ ସୁଭାଷ ଅଗ୍ରୱାଲ, ଅମର ଅଗ୍ରୱାଲ,ଆଲୋକ ଅଗ୍ରୱାଲ,ଅନ୍ତୁ ଅଗ୍ରୱାଲ,ନବୀନ ଅଗ୍ରୱାଲ,ବିକାଶ ଅଗ୍ରୱାଲ, ସଞ୍ଜୀବ ଅଗ୍ରୱାଲ , ଗୋକୁଳ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।

