Homelocalଖୋଲା, ଖୋଲି ବେଆଇନ ପରୀକ୍ଷାଗାର କରି ଲୋକଙ୍କ ଜୀବନ ସହ ଖେଳ ଖେଳିବା ନେଇ କାର୍ଯ୍ୟନୁଷ୍ଠାନ...

ଖୋଲା, ଖୋଲି ବେଆଇନ ପରୀକ୍ଷାଗାର କରି ଲୋକଙ୍କ ଜୀବନ ସହ ଖେଳ ଖେଳିବା ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ ଦାବି

ବଲାଙ୍ଗିର//ଟିଟିଲାଗଡ଼, (୦୪/୦୭) : ଆପ୍ର : ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନେଇ ସରକାର ବିଭିନ୍ନ ଯୋଜନା ସହ ନିୟମ ପ୍ରଣୟନ କରାଯାଇଛି ।

ପରିତାପର ବିଷୟ ଯେ ଖୋଦ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ବଲାଙ୍ଗିର ଜିଲ୍ଲା ର ଟିଟିଲାଗଡ଼ ଡାକ୍ତରଖାନା ସ୍ଥାନାନ୍ତର ନେଇ ଚର୍ଚ୍ଚା ରେ ଥିବା ଏହି ଟିଟିଲାଗଡ଼ ରେ ପିପଲପଦର ଗ୍ରାମ ରାସ୍ତା ରେ ଦୁଇ ତିନି ଜଣ ଯୁବକ ଜାଲ କାଗଜ, ପତ୍ର କରି ଏକ ପରୀକ୍ଷାଗାର ଖୋଲି ବେଶ ଅର୍ଥ ରୋଜଗାର କରୁଛନ୍ତି । ଏପରିକି ମନଇଚ୍ଛା ତ୍ରୁଟି ପୂର୍ଣ୍ଣ ପରୀକ୍ଷା ରିପୋର୍ଟ ପ୍ରଦାନ ସହ ସରଳ ଲୋକ ଙ୍କୁ ବୁଲି, ବୁଲି ସଲାଇନ, ଇଞ୍ଜେକସନ ସବୁ ଦେଇ ମାଲା,ମାଲ ହେଉଥିବା ବେଳେ ଲୋକେ ଅକାଳ ମୃତ୍ୟୁ ର ଶିକାର ହୋଇ ଆସୁଥିବା ଲିଖିତ ଅଭିଯୋଗ ହୋଇଛି ।

ବିନା କୌଣସି ଅଭିଜ୍ଞତା ରେ ଏହି ଡାକ୍ତର ଖାନା ସ୍ଥାନାନ୍ତରିତ ହେବା ଜାଣି ଏକ ଦାମୀ ପରୀକ୍ଷାଗାର ଖୋଲି ବ୍ୟବସାୟ ଆରମ୍ଭ କରିଥିବା ବେଳେ ସେଠି ସରକାରୀ ନିୟମ ର ଖିଲାପ କରି ଏଚ ଆଇ ଭି ପରୀକ୍ଷା କରିବା ଠୁଁ ନେଇ ସବୁ ପରୀକ୍ଷା ହେଉଛି । ଅଭିଯୋଗ ଜିଲ୍ଲା ଜନସେବା ସି ବି ଓ ସମ୍ପାଦକ ଲମ୍ବୁଧର ଛତ୍ରିଆ ଲିଖିତ ଆକାର ରେ କରିଥିବା ବେଳେ ତୁରନ୍ତ ବିଭାଗୀୟ ମୁଖ୍ୟ ଅଧିକାରୀ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଦାବି କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments