Homelocalରାଇକିଆ ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନଶୁଣାଣୀ : ୯୬ଟି ଅଭିଯୋଗର ଶୁଣାଣୀ

ରାଇକିଆ ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନଶୁଣାଣୀ : ୯୬ଟି ଅଭିଯୋଗର ଶୁଣାଣୀ

ରାଇକିଆ, (୦୨/୦୭) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଗ୍ରାମ ପଞ୍ଚାୟତ ର ସଭାଗୃହରେ ପଂଚାୟତ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ଶୀଘ୍ର ସମାଧାନ ଉଦ୍ଦେଶ୍ୟରେ ଆୟୋଜିତ ଏହି ଜନଶୁଣାଣୀରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ସବ୍ୟସାଚୀ ସାହୁ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣୀରେ ମୋଟ ୯୬ଟି ଆବେଦନ ଓ ଅଭିଯୋଗ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୧୨ଟି ସାମୂହିକ ଏବଂ ୮୪ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ସାମୂହିକ ଅଭିଯୋଗଗୁଡ଼ିକ ରାସ୍ତା ନିର୍ମାଣ, ବାଦ ପଡ଼ିଥିବା ଭତ୍ତା ହିତାଧିକାରୀଙ୍କୁ ସାମିଲ କରିବା ଏବଂ ଅନ୍ତ୍ୟୋଦୟ ଯୋଜନାରେ ଯୋଗ୍ୟ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିବା ଭଳି ପ୍ରସଙ୍ଗ ସାମିଲ ଥିଲା । ବ୍ୟକ୍ତିଗତ ଅଭିଯୋଗଗୁଡ଼ିକ ମଧ୍ୟ ବିଭିନ୍ନ ସରକାରୀ ସେବା ଓ ସୁବିଧା ସମ୍ପର୍କିତ ଥିଲା ।

ଶୁଣାଣୀ ସମୟରେ କହିଥିଲେ ଯେ, ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରାଯିବ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ସାପେକ୍ଷରେ ଆବଶ୍ୟକ କାର୍ଯ୍ୟକାରୀ ପଦକ୍ଷେପ ନିଆଯିବ। ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିଯୋଗଗୁଡ଼ିକର ଯଥାଶୀଘ୍ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ । କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରି ସମ୍ପୂର୍ଣ୍ଣ କରାଯିବା ପାଇଁ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଇକିଆ ଅତିରିକ୍ତ ତହସିଲଦାର ଏନ ପଲ୍ଲବୀ, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ଜିପିଡିଓ ମହେଶ ପଟ୍ଟନାୟକ, ପିଇଓ ଶିବ ଶମ୍ଭୁ ଗୌଡ଼, ବ୍ଲକ ସଂଯୋଜକ କମଲ ପ୍ରସାଦ ନାୟକ, ଆର ଡବ୍ଲୁ ଏସ ଏସ ଯନ୍ତ୍ରୀ ମୋହନ ଭୂମିଜ,ଓ ଏଲ ଏମ ଜୟଦେବ ପ୍ରଧାନ,ଏଡିଓ ଗୌତମ ପ୍ରଧାନ, ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଉପସ୍ଥିତ ରହି ଜନଶୁଣାଣୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments