ରାଇରଙ୍ଗପୁର ଗସ୍ତରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି, ହାଇପ୍ରୋଫାଇଲ୍ ଗସ୍ତ ପାଇଁ ଅଭେଦ୍ୟ ସୁରକ୍ଷା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

Date:

Share post:

ମୟୁରଭଞ୍ଜ, (୧୬/୦୬) : ଆପ୍ର : ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତା ୨୦ ତାରିଖରେ ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି । ମୟୂରଭଞ୍ଜ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବାରୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ବାବଧାନରେ ଏକ ଅଭେଦ୍ୟ ସୁରକ୍ଷା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ଓ ସ୍ପେଶାଲ ୟୁନିଟ୍ ମୁତୟନ କରାଯାଇଛି । ଗସ୍ତ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଏବଂ ସୁରକ୍ଷା ପାଇଁ ପ୍ରାୟ ୧୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସଭାସ୍ଥଳ, ହେଲିପ୍ୟାଡ୍ ଏବଂ କାର୍ଯ୍ୟକ୍ରମ ଅଞ୍ଚଳରେ ପ୍ରାୟ ୪ହଜାର୫ଶହରୁ ୫ହଜାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବ । ରାଜ୍ୟର ଆଣ୍ଟି-ନକ୍ସଲ ଏବଂ ଆଣ୍ଟି-ଟେରରିଷ୍ଟ ୟୁନିଟର ସ୍ୱତନ୍ତ୍ର କମାଣ୍ଡୋମାନେ ରାଇରଙ୍ଗପୁର ଏବଂ ବାଦାମପାହାଡ଼ ଅଞ୍ଚଳରେ ମୁତୟନ ରହିବେ । କେନ୍ଦ୍ରାଞ୍ଚଳ DIG ଏବଂ ମୟୂରଭଞ୍ଜ ଏସପିଙ୍କ ସମେତ ଏକାଧିକ ବରିଷ୍ଠ IPS ଅଧିକାରୀ ସୁରକ୍ଷାର ବିଭିନ୍ନ ସେକ୍ଟରର ଦାୟିତ୍ୱରେ ରହିବେ। ​ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଯାତାୟାତ କରିବାକୁ ଥିବା ସମସ୍ତ ରୁଟ୍ ଏବଂ ମୁଖ୍ୟ ସଭାସ୍ଥଳ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ‘ନୋ-ଡ୍ରୋନ୍ ଜୋନ୍’ ଘୋଷଣା କରାଯାଇଛି ।

ଗଣମାଧ୍ୟମ କିମ୍ବା ସାଧାରଣ ଜନତା କେହି ବି ସଭାସ୍ଥଳ ନିକଟରେ ଡ୍ରୋନ୍ ଉଡ଼ାଇ ପାରିବେ ନାହିଁ । ନିୟମ ଉଲ୍ଲଂଘନ କଲେ ଡ୍ରୋନକୁ ଜବତ କରାଯିବା ସହ ତୁରନ୍ତ ଗିରଫ କରାଯିବ । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥରେ ୨୪ ଘଣ୍ଟିଆ ଗାଡ଼ି ଚେକିଂ ବ୍ୟବସ୍ଥା କରାଯାଇଛି । ରାଇରଙ୍ଗପୁର ତଥା ଆଖପାଖ ଅଞ୍ଚଳରେ ଥିବା ସମସ୍ତ ହୋଟେଲ, ଗେଷ୍ଟ ହାଉସ ଓ ଧର୍ମଶାଳା ଉପରେ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି । ସେଠାରେ ରହୁଥିବା ଲୋକଙ୍କ ପରିଚୟ ପତ୍ର ମଧ୍ୟ ଯାଞ୍ଚ କରାଯାଉଛି।​ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ କାର୍ଯ୍ୟକାରୀ ହେବ ।

ଏସପିଜି କମାଣ୍ଡୋମାନେ ପ୍ରଧାନମନ୍ତ୍ରୀଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ବଳୟ ସମ୍ଭାଳିବେ। ଓଡ଼ିଶା ପୋଲିସ ମଧ୍ୟମ ଓ ବାହ୍ୟ ବଳୟରେ ସୁରକ୍ଷା ଯୋଗାଇବେ। SLS ମେମୋରିଆଲ ସ୍କୁଲ, ଗୋସାଣୀ ପୀଠ ଏବଂ ମୁଖ୍ୟ ପ୍ରଦର୍ଶନୀ ପଡ଼ିଆକୁ ମାଇନ୍-ଡିଟେକ୍ଟର ଏବଂ ସେନ୍ସର ସାହାଯ୍ୟରେ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଉଛି । ସମ୍ପୂର୍ଣ୍ଣ ସଭାସ୍ଥଳ ଏବଂ ଆଖପାଖ ଅଞ୍ଚଳରେ ନଜର ରଖିବା ପାଇଁ ଶତାଧିକ ହାଇ-ଡେଫିନେସନ୍ ସିସିଟିଭି କ୍ୟାମେରା ଲଗାଯାଇ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ୨୪ ଘଣ୍ଟା ମନିଟରିଂ କରାଯାଉଛି ।

ରାଇରଙ୍ଗପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭାରୀ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ ବା ରୁଟ୍ ବଦଳାଯାଇଛି। ଯେପରି ଭିଭିଆଇପି କନଭୟ ଯିବା ସମୟରେ କୌଣସି ଜାମ ସୃଷ୍ଟି ନହେବ । ସାଧାରଣ ଜନତାଙ୍କ ଗାଡ଼ି ପାଇଁ ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି । ​ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍ ପାଇଁ ସ୍ୱତନ୍ତ୍ର ଗ୍ରୀନ୍ କରିଡର ପ୍ରସ୍ତୁତ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...