Homelocalବିନିକା ହାଇସ୍କୁଲ ରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର

ବିନିକା ହାଇସ୍କୁଲ ରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର

ସୁବର୍ଣ୍ଣପୁର, (୨୩/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଉଚ୍ଚ ବିଦ୍ୟାଳୟ ରେ ଭୀମଭୋଇ ସେବା ଫାଉଣ୍ଡେସନ ତରଫରୁ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ଆର୍ଥିକ ସ୍ଵାକ୍ଷର ଶିବିର ଗୁରୁବାର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାକୁଡ଼ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପ୍ରଧାନ ଶିକ୍ଷକ ମହାକୁଡ଼,ଛାତ୍ର ମାନଙ୍କ ଭବିଷ୍ୟ ଗଠନ ଉପରେ ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବନପାଳ ସୁରେନ୍ଦ୍ର ସାହୁ,ଯୋଗଦେଇ ବୃକ୍ଷ ର ଉପକାରିତା, ପରିବେଶ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ସମ୍ବାନୀତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ, ସ୍ୱଛତା ଓ ପରିବେଶ ରେ କି ପ୍ରକାର ଉପକାର ମିଳିଥାଏ ଛାତ୍ର ମାନଙ୍କୁ ବୁଝାଇଥିଲେ ।

ସୋନପୁର ଜିଲ୍ଲା ଏସ ବି ଆଇ ବ୍ୟାଙ୍କ ଆର୍ଥିକ ସାକ୍ଷର ପରାମର୍ଶଦାତା ଘନଶ୍ୟାମ ମେହେର, ଉଚ୍ଚ ଶିକ୍ଷା ପାଇଁ ବ୍ୟାଙ୍କ କିପରି ସହାୟତା ଯୋଗାଇ ଦେଇଥାଏ, ଶିକ୍ଷାହିଁ ଛାତ୍ର ଙ୍କୁ ସର୍ବୋଚ୍ଚ ସ୍ଥାନ ରେ ପହଞ୍ଚାଇପାରେ ପାଠପଢ଼ାରେ ଆର୍ଥିକ ବାଧା ଦେଇ ପାରିବ ନାହିଁ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏସ ଆଇ ମରୁତ ଚନ୍ଦ୍ର ପଧାନ, ଛାତ୍ର ଜୀବନରେ ସବୁବେଳେ ଶାନ୍ତି ଶୃଙ୍ଖଲା ରେ ରହି କେବଳ ପାଠ ପଢ଼ା ରେ ମନ ଦେବା ଓ କୈଣସି ପରିସ୍ଥିରେ ବି ସାଙ୍ଗସାଥି ଙ୍କ ସହିତ କଳହ ନ କରିବାପାଇଁ ଉପଦେଶ ଦେଇଥିଲେ ।

ଭୀମଭୋଇ ସେବା ଫାଉଣ୍ଡେସନ ର ପ୍ରତିଷ୍ଠିତା ତଥା ଆୟୋଜକ ପକୃତି ବନ୍ଧୁ ରାମ ଗୋପାଳ ବାଘ, ଦଶମ ରେ ପଢ଼ୁଥିବା ସମସ୍ତ ଗରିବ ଛାତ୍ର ଙ୍କୁ ପାଠ୍ୟ ସାମଗ୍ରୀ ଓ ନିଶୁକ୍ଳ କୋଚିଂ ଶିକ୍ଷା ଦାନ କରିବା ପାଇଁ ଆହ୍ୱାନ ଦେଇ ନିଜ ମାଙ୍କ ନାମରେ ଗଛ ଟିଏ ଲଗାଇବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ସମସ୍ତ ଛାତ୍ର ଙ୍କୁ ବୃକ୍ଷ ଟିଏ ଲଗାଇବା ପାଇଁ ବିତରଣ କରାଯାଇଥିଲା । ସାମାଜିକ କର୍ମୀ ଦିଲ୍ଲୀପ ସାହୁ, ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଶୋକ ମିର୍ଦ୍ଧl ଧନ୍ୟବାଦ ଦେଇଥିଲେ । କାଉନସିଲର ବିଜୟ ବରାଇ, ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଛାତ୍ର ଯୋଗଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments