ମହିଳାଙ୍କ ଠାରୁ ଏକକୋଟି ୩୮ ଲକ୍ଷ ଠକିଥିବା ମହିଳା ଗିରଫ

Date:

Share post:

ଗଜପତି, (୨୧/୦୬) : ଆପ୍ର : ମହିଳାଙ୍କ ଠାରୁ ଏକକୋଟି ୩୮ଲକ୍ଷ ଠକାମୀ କରିଥିବା ମହିଳା ଗିରଫ । ପ୍ରାୟ ଦେଢ ବର୍ଷ ଧରି ଫେରାର ରହିବା ପରେ ଧୂର୍ତ୍ତ ମହିଳାଙ୍କୁ ଗିରଫ କଲା ପାରଳାଖେମୁଣ୍ଡି ଥାନା ପୋଲିସ ।

ବିଭିନ୍ନ ମହିଳାଙ୍କୁ ଅଧିକ ଲାଭ ଓ ଟଙ୍କା ଫେରସ୍ତର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଝିଲି ସାହୁ ଫେରାର ହୋଇଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ମହିଳାମାନେ ଥାନାରେ ଅଭିଯୋଗ କରିଥିଲେ । ପ୍ରାୟ ୨୫ଜଣ ମହିଳାଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ସାକ୍ଷୀଙ୍କ ବୟାନ ରେକର୍ଡ ଏବଂ ସେମାନଙ୍କ ବ୍ୟାଙ୍କ କାରବାର ତଥ୍ୟ ସଂଗ୍ରହ କରିଥିଲା ପୋଲିସ ।

ବ୍ୟାଙ୍କ ଖାତା ଯାଞ୍ଚ ପରେ ଅଭିଯୁକ୍ତଏବଂ ତାଙ୍କ ପରିବାର ସଦସ୍ୟଙ୍କ ଖାତାରେ ବିପୁଳ ପରିମାଣର ଅର୍ଥ କାରବାର ହୋଇଥିବା ଏବଂ ପୀଡ଼ିତଙ୍କଠାରୁ ଆସିଥିବା ଅର୍ଥ ବିଭିନ୍ନ ଖାତାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଥିବା ପୋଲିସ କହିଛି । ଅଭିଯୁକ୍ତ ଝିଲି ଓ ତାଙ୍କ ମାଆଙ୍କ ନାମରେ ଥିବା କିଛି ଅସ୍ଥାବର ସମ୍ପତ୍ତିର ତଥ୍ୟ ମଧ୍ୟ ଠାବ କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଆଉ ଦୁଇଟି ସମାନ ଢଙ୍ଗରେ ଠକେଇ ମାମଲା ରହିଛି । ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ।

LEAVE A REPLY

Please enter your comment!
Please enter your name here

spot_img

Related articles

କିଟ୍ ଓ କିସ୍ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ, ଯୋଗ ହେଉଛି ଆମର ପୁରାତନ ପରମ୍ପରା- ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, (୨୧/୦୬) : ଆପ୍ର : କିଟ୍ ଓ କିସ୍ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଚଳିତବର୍ଷର ଥିମ୍ ରହିଛି...

ଏସ୍‌ଟିଇଏମ୍‌ ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

ଖପ୍ରାଖୋଲ, (୨୧/୦୬) : ବଲାଙ୍ଗିର ଜିଲ୍ଲା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ଚଙ୍ଗରିଆ ଖପ୍ରାଖୋଲ ବ୍ଲକ ଠାରେ ଆୟୋଜିତ ଏସ୍‌ଟିଇଏମ୍‌ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ...

ବରିଷ୍ଠ ନାଗରିକଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର...

ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ବଲାଙ୍ଗିର, (୨୧/୦୬) : ଆପ୍ର : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ...