ଅଟୋ ସହ ୩୦୦ଟି ଏସକଫ ସିରଫ ଜବତ , ଜଣେ ଗିରଫ

Date:

Share post:

ପୁରୀ, (୦୪/୦୬) : ଆପ୍ର : ପୁରୀ କୁମ୍ଭାରପଡା ଥାନା ପୁଲିସ ବସଷ୍ଟାଣ୍ଡ ପରିସରରୁ ଏକ ଅଟୋ ସହ ବିପୁଳ ପରିମାଣର ନିଶା ଔଷଧ ଏସକଫ ସିରଫ ଜବତ କରିଛି ।

ଏହା ସହ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବଳିଆପଣ୍ଡା ଦାମୋଦର ରୋଡ ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିଲେ । ସେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପଞ୍ଚୁକୁଳର ସୁଦାମ ମହାରଣା । ଅଭିଯୁକ୍ତ ନିକଟରୁ ଅଟୋ ସହ ୩୦୦ଟି ଏସକଫ ସିରଫ ବୋତଲ ଜବତ କରାଯାଇଛି । ବସଷ୍ଟାଣ୍ଡ ପରିସରରେ ଓଡି ୧୩ୟୁ ୪୩୨୫ ନମ୍ବର ବିଶିଷ୍ଟ ଅଟୋରେ ବେଆଇନ ଭାବେ ଏସକଫ ସିରଫ ବୋତଲ ଯାଉଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା । ଉକ୍ତ ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି କଫସିରଫ ଜବତ କରିଛି । ଏହି କଫ ସିରଫ କାରବାର ନେଇ ଅନ୍ୟ କୌଣସି ବ୍ୟକ୍ତି ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଜାରି ରଖିଛି । ଏହି ସବୁ ନିଶାଦ୍ରବ୍ୟ ଜିଲ୍ଲା ବାହାରୁ ବସ ଯୋଗେ ପାର୍ସଲରେ ଆସି ବସଷ୍ଟାଣ୍ଡରେ ପହଁଚୁଥିବା ଜଣାପଡିଛି । ସେଠାରୁ ସହରକୁ ଯାଇ କାରବାର ହେଉଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ସୁନ୍ଦରଗଡ଼ରେ ଏସ୍‌.ଆଇ.ଆର୍. ଉପରେ ସଚେତନତା ରଥର ଶୁଭାରମ୍ଭ

ସୁନ୍ଦରଗଡ଼, (୦୪/୦୬) : ଆପ୍ର : ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍.ଆଇ.ଆର୍. ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ; ଓଡ଼ିଶାରେ ବଢ଼ିବ ବର୍ଷା

ଭୁବନେଶ୍ୱର, (୦୪/୦୬) : ଆପ୍ର : ଦେଶରେ ବର୍ଷା ଋତୁର ଆଗମନ ପାଇଁ ଆଉ ଅପେକ୍ଷା ନାହିଁ । ଭାରତୀୟ ପାଣିପାଗ ବିଭାଗ (IMD)ର...

ଏସ୍ଆଇଆର୍ କାର୍ଯ୍ୟରେ ଅବହେଳା ପାଇଁ ବିଡ଼ିଓ ନିଲମ୍ବିତ

ମୟୁରଭଞ୍ଜ, (୦୪/୦୬) : ଆପ୍ର : ଏସ୍ଆଇଆର୍ କାର୍ଯ୍ୟରେ ଅବହେଳା ପାଇଁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବିଡ଼ିଓ ତଥା ଏଇଆରଓ ବନଜା ଦାସଙ୍କୁ ନିଲମ୍ବିତ...

ସମ୍ପତ୍ତି ପାଇଁ କତା ରେ ହାଣିଲେ ଦାଦା

ରାଜନଗର, (୦୪/୦୬) : ଆପ୍ର : ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ । ଜମି ଜମା ଭାଗ ବଣ୍ଟାକୁ କେନ୍ଦ୍ର କରି ଆଜି...