କନଷ୍ଟେବଳଙ୍କ ଆତ୍ମହୂତି ଉଦ୍ୟମ, ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି

Date:

Share post:

ବ୍ରହ୍ମପୁର, (୦୬/୦୬) : ଆପ୍ର : ବ୍ରହ୍ମପୁର ସହରର ଜଣେ ପୁଲିସ କନଷ୍ଟେବଳ ଶୁକ୍ରବାର ସନ୍ଧ୍ୟାରେ ଆତ୍ମହୂତି ଉଦ୍ୟମ କରିଛନ୍ତି ।

ସେ ହେଲେ ବିଜିପୁର ପୁଲିସ କଲୋନୀର ଆଶୁତୋଷ ମୃଦଙ୍ଗିଆ(୪୨)। ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାରୁ ତାଙ୍କ ପିଠି ସମେତ ଅନ୍ୟାନ୍ୟ ସ୍ଥାନ ପୋଡି ଯାଇଛି। ଗୁୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାପ୍ରକାରେ, ଆଶୁତୋଷ ଓ ତାଙ୍କ କନଷ୍ଟେବଳ ପତ୍ନୀ ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ପୁଲିସ କ୍ୱାଟରରେ ରହୁଛନ୍ତି। ​‌ତେବେ ଆଶୁତୋଷ ନିଜ କନଷ୍ଟେବଳ ପତ୍ନୀଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ପରେ ମହିଳା ଥାନା ପୁଲିସ ଆଜକୁ ମାସେ ତଳେ ତାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା । ଯାହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିଥିଲା। ଆଜି ସନ୍ଧ୍ୟାରେ ଆଶୁତୋଷ କ୍ବାଟରରେ ଥିବା ବେଳେ ମାନସିକ ଭାରସାମ୍ୟ ହରାଇ ନିଜ ଶରୀରରେ ପୋଟ୍ରାଲ ଢାଳି ନିଆଁ ଲଗାଇ ଦେଇଥିଲେ ।

ସେ ଜଳୁଥିବା ଅବସ୍ଥାରେ ସିଡିରେ ତଳକୁ ଓହ୍ଲାଇ ନିଜ ଜୀବନ ବଞ୍ଚାଇବା ପାଇଁ ନିକଟରେ ରହୁଥିବା ଜଣେ ପୁଲିସ ହାବିଲଦାରଙ୍କ ଘରେ ପଶି ଯାଇଥିଲେ। ଏହାଯୋଗୁ ସଂପୃକ୍ତ ହାବିଲଦାରଙ୍କ ଘରର ଆସବାବପତ୍ର ପୋଡ଼ିଯାଇଛି । କ୍ବାଟରରେ ରହୁଥିବା ଅନ୍ୟ ପୁଲିସ କର୍ମଚାରୀ ଆଶୁତୋଷଙ୍କୁ ଉଦ୍ଧାର କରି ଶରୀରରୁ ନିଆଁ ଲିଭାଇବା ପରେ ସଙ୍କଟାପନ୍ନ ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି । ଟାଉନ୍ ଥାନା ପୁଲିସ ଓ ଟ୍ରାଫିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...