ପୁରୁଷୋତ୍ତମପୁର, (୦୧/୦୬) : ଆପ୍ର : ପରା ପମ୍ପ ଡ୍ରାଇଭର ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ଓ ସଭା ଅନୁଷ୍ଠିତ ।
ପି ହେଚ ଡି ପମ୍ପ ହାଉସ ରେ ଓଇଯେସ ପମ୍ପ ଡ୍ରାଇଭର ଭାବେ ଦୀର୍ଘ ବର୍ଷ ହେଲା କାମ କରୁଥିବା ଗୋପାଳ ଦାସ ଆଜି ଅବସର ଗ୍ରହଣ କରିଛନ୍ତି । ତେଣୁ ତାଙ୍କୁ ପମ୍ପ ହାଉସ ପରିସର ରେ ଏକ ଅବସର କାଳିନ ସମ୍ବର୍ଦ୍ଧନା ଓ ସଭା ବିଭାଗର ମହିଳା ଯେଇ ଶ୍ରଦ୍ଧାଞ୍ଜଳୀ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ବିଭାଗର ଓ ଇ ଯେ ସ କର୍ମଚାରୀ ଏନ ରାମଚନ୍ଦ୍ର ରେଡ଼ୀ ସମ୍ପାଦନା କରିଥିଲା ବେଳେ ବିଭାଗର କଣ୍ଟ୍ରାକ୍ଟର ବାଲକୃଷ୍ଣ ଦାଶ (ମୁନା) ଗୋପାଳ କୃଷ୍ଣ ଆଚାର୍ଯ୍ୟ ମଞ୍ଚାସିନ ଥିଲେ । ଯେଇଙ୍କ ଠାରୁ ମଞ୍ଚାସିନ ଅତିଥି ମାନେ ଗୋପାଳ ଦାସ ଙ୍କ ସ୍ଵଭାଵ ଅତି ସରଳ ନିସ୍କ ପଟ ଓ ମାଆ ଜଗତ ଜନନୀ ଙ୍କ ଉପରେ ଭରସା ରଖି ଆଗକୁ ବଢିଥିଲେ ବୋଲି କହିଥିଲେ ।
ତାଙ୍କର ଅବସର ରେ ସମସ୍ତେ ଦୁଃଖ ଅନୁଭବ କରି ସମସ୍ତେ ତ ଏହିପରି ଜଣେ ଜଣେ ନିଜର ଚାକିରି ବୟସ ପରେ ଅବସର ନେବେ । ତେଣୁ ଗୋପାଳ ଦାସ ଙ୍କ ଆଗାମୀ ଜୀବନ ନିରୋଗୀ, ସୁଖମୟ ରେ ଅତିବାହିତ ହେଉ ବୋଲି କହିଥିଲେ । ରାମରେଡି ଗୋପାଳ ଜଣେ ମାଆ ତାରାତାରିଣୀ ଙ୍କ ପରମ ଭକ୍ତ ଥିଲେ ଓ ପ୍ରତେକ କାର୍ଯ୍ୟରେ ମାଆଙ୍କ ନାମକୁ ମୁଖରେ ସ୍ମରଣ କରୁଥିଲେ । ସମସ୍ତେ ତାଙ୍କର ଦୀର୍ଘାୟୁ କାମନା ଓ ସୁସ୍ଥ କାମନା କରିଥିଲେ । ଯେଇ ମେଡମ ତାଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଓ ଅନ୍ୟମାନେ ଡ୍ରେସ ସହିତ ଜୋତା, ଛତା, ଗାମୁଛା ଓ ଗୋଟିଏ ଗିଫ୍ଟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସେହି ପମ୍ପ ହାଉସ ରେ କାମକରୁଥିବା ମହିଳା ଓ ପୁରୁଷ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

