Homecrimeଆମ୍ବୁଲାନ୍ସ ନ ଆସିବାରୁ ଡାକ୍ତରଖାନାରେ ଭଙ୍ଗା ରୁଜା କଲେ ରୋଗୀଙ୍କ ସମ୍ପର୍କୀୟ : ୩ ଗିରଫ

ଆମ୍ବୁଲାନ୍ସ ନ ଆସିବାରୁ ଡାକ୍ତରଖାନାରେ ଭଙ୍ଗା ରୁଜା କଲେ ରୋଗୀଙ୍କ ସମ୍ପର୍କୀୟ : ୩ ଗିରଫ

ସୁବର୍ଣ୍ଣପୁର, (୨୭/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାର ଭବାନୀ ଶଙ୍କର ବେହେରା ପାରିବାରିକ କଳହକୁ ନେଇ ଫିନାଇଲ ପିଇ ଦେଇଥିବାରୁ ପରିବାର ଲୋକେ ତାକୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।WhatsApp Image 2026 08 28 at 16.34.13

ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାକୁ ବୁର୍ଲା ବଡ଼ ମେଡିକାଲକୁ ରେଫର କରାଯାଇଥିଲା । କିନ୍ତୁ ଭବାନୀଙ୍କୁ ବୁର୍ଲା ନେବାପାଇଁ ୧୦୮ ଆମ୍ବୁଲାନ୍ସଙ୍କୁ ଡୁଙ୍ଗୁରିପାଲି ମେଡିକାଲ ସୁପରିଟେଣ୍ଡେଣ୍ଟ ସରୋଜ ସେଠ୍ ଏବଂ ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଯୋଗାଯୋଗ କରିଥିଲେ ବି ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ପରେ ଆମ୍ବୁଲାନ୍ସ ନ ଆସିବାରୁ ଡ଼.ସେଠ୍ ଘରୋଇ ଗାଡିରେ ବୁର୍ଲା ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ । ତେବେ ରୋଗୀଙ୍କ ସମ୍ପର୍କୀୟ କାହିଁକି ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଛି ବୋଲି କାର୍ଯ୍ୟରତ ଡାକ୍ତରଙ୍କୁ ଗାଳିଗୁଲଜ କରି ଦୁର୍ବ୍ୟବହାର କରିବା ସହ ଟେବୁଲ, ଚୌକି କୁ ଫିଙ୍ଗି ଔଷଧ ବିତରଣ କେନ୍ଦ୍ରର କାଚକୁ ଭାଙ୍ଗି ଦେଇଥିଲେ ।

ଏହି ସମୟରେ ଡୁଙ୍ଗୁରିପାଲି ର ବିପ୍ରଚରଣ ସାହୁ କାହିଁକି ମେଡିକାଲର ସାମଗ୍ରୀ ଭଙ୍ଗାରୁଜା କରୁଛ ବୋଲି ବୁଝାସୁଝା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରେ ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼.ସେଠ ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲଙ୍କୁ ଖବର ଦେବାପରେ ପୁଲିସ ଡାକ୍ତରଖାନାକୁ ପହଞ୍ଚି ଭଙ୍ଗାରୁଜା କରିଥିବା ଅଭିଯୁକ୍ତ ଟୁନା ଗୁରୁ,ଶଙ୍କର ଗୁରୁ,ଲୋଚନ ଗୁରୁଙ୍କ ବିରୁଦ୍ଧରେ ଏକ ମକଦ୍ଦମା ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments