Homelocalଅର୍ଣ୍ଣବ ବାତ୍ୟା ବେଳେ ନିଖୋଜ ଥିବା ଶିକ୍ଷକ ୧୫ ଦିନ ପରେ ଜୀବିତ ଭାବେ ଉଦ୍ଧାର

ଅର୍ଣ୍ଣବ ବାତ୍ୟା ବେଳେ ନିଖୋଜ ଥିବା ଶିକ୍ଷକ ୧୫ ଦିନ ପରେ ଜୀବିତ ଭାବେ ଉଦ୍ଧାର

ରାଇକିଆ, (୧୫/୧୧) : ଆପ୍ର : ବିଗତ ଅର୍ଣ୍ଣବ ଝଡ଼ ବାତ୍ୟା ସମୟରେ ଇନ୍ଦ୍ରଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁବା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ମୋହନ ମହାରଣା, ବୟସ ୪୭, ତୋଫାନ ବର୍ଷାରେ କୁଆଡ଼େ ନିରୁର୍ଦ୍ଧିଷ୍ଟ ହୋଇଯାଇଥିଲେ ।WhatsApp Image 2026 11 14 at 18.46.55

ଏହି କ୍ରମରେ ବହୁ ଖୋଜାଖୋଜି କଲା ପରେ ତାଙ୍କ ସ୍ତ୍ରୀ ରାଇକିଆ ଥାନାରେ ଏତଲା ଦାଖଲ କରିଥିଲେ ଏବଂ ଅତି ଦୁଃଖର ସହ ସମସ୍ତ ଅଞ୍ଚଳରେ ଖୋଜାଖୋଜି ଜାରି ରଖିଥିଲେ କିନ୍ତୁ କୌଣସି ପ୍ରକାରେ କିଛି ଆତାପତା ମିଳି ନଥିଲା । ତେବେ କୌଣସି ପ୍ରକାରେ ସୂଚନା ପ୍ରାୟ ୧୫ ଦିନ ପରେ ରତିଙ୍ଗି ଗ୍ରାମ ନିକଟରେ ରହିଥିବା ଖବର ପାଇବା ମାତ୍ରେ ରାଇକିଆ ଥାନା ପୋଲିସ ଅଧିକାରୀ ଏ ସ୍ୱର୍ଣ୍ଣଲତା ପାତ୍ର ଓ ଏସ୍ ଆଇ ସିତାପ୍ରସାଦ ବିଷୟୀ ସଦଳେ ବଳେ ଆଇ ଆର୍ ବି ଯବାନ ମାନେ ଓ ସ୍ଥାନୀୟ ଯୁବକ ମାନଙ୍କ ସହ ନିଖୋଜ ଶିକ୍ଷକଙ୍କୁ ଉଦ୍ଧାର କରି ଏକ ଲୁଗାରେ ଭାର କରି ଜଙ୍ଗଲ ରାସ୍ତାରେ ବହନ କରି ଦୀର୍ଘ ପ୍ରାୟ ଚଉଦ ପନ୍ଦର କିଲୋମିଟର ଚାଲି ଚାଲି ମୁଖ୍ୟ ସଡ଼କ ଲଣ୍ଡାବାଲିକୁ ଅଣାଯାଇଥିଲା । ତତ୍ ପରେ ଆମ୍ବୁଲାନ୍ସ ଯୋଗେ ରାଇକିଆକୁ ଆଣି ପୋଲିସ ଥାନା ନିଖୋଜ ଉଦ୍ଧାର କେସ MMR No ୧୬/୨୬ ରେକର୍ଡ କରି , ବାସନ୍ତିପଲୀ ଗ୍ରାମରେ ତାଙ୍କ ପରିବାର ଅର୍ଥାତ୍ ସ୍ତ୍ରୀ ଏବଂ ବଡ଼ ଭାଇଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରିଣୀ ସ୍ୱର୍ଣ୍ଣଲତା ପାତ୍ର ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments