ଭୁବନେଶ୍ୱର, (୧୯/୦୬) : ଆପ୍ର : ସାରା ରାଜ୍ୟକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ଅର୍ଥାତ୍ ଶନିବାର ପାଇଁ ରାଜ୍ୟର ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଘଡଘଡି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନରେ ପ୍ରବଳ ଗରମ ସହ ଗୁଳୁଗୁଳି ସନ୍ଧ୍ୟା ହେଲେ ଆସୁଛି କଳାହାଣ୍ଡିଆ ମେଘ । ଆଗାମୀ ୩ ଦିନ ଯାଏ ଝଡବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି । ଆଜି କାଳବୈଶାଖୀ ପାଇଁ ୧୪ ଜିଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା କାଲି ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନକୁ ଘଡଘଡି ବର୍ଷା ସହ ୫୦ ରୁ ୬୦ କିମି ପବନ ବହିବା ନେଇ ସତର୍କ ସୂଚନା ଜାରି ହୋଇଛି ।

