ରାୟଗଡା, (୨୪/୦୭) : ଆପ୍ର : କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ, ଉତ୍କଳର ଗୌରବ, କଳିଯୁଗର ଜୀବନ୍ତ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରାରେ ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ ହୋଇଥିଲା ।
ଶ୍ରୀ ଗୁଣ୍ଡିଚା ମନ୍ଦିରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ମୁଖ୍ୟ ଶାଖା) ସମ୍ମୁଖରେ ଅନ୍ନପ୍ରସାଦ ବଣ୍ଟନ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ମହତ୍ କାର୍ଯ୍ୟକ୍ରମରେ ରାୟଗଡ଼ର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି, ରାୟଗଡା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁଲଦୀପ କୁମାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ବିଳାସ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାଲି ଫିତା କାଟି କାର୍ଯ୍ୟକ୍ରମର ଶୁଭରମ୍ଭ କରିଥିଲେ ।
ଏହି ଅବସରରେ ଅନ୍ତର୍ଜାତୀୟ ୱାକର୍ସ କ୍ଲବର ଅଞ୍ଚଳିକ ପାର୍ଷଦ ୱାକର୍ କିଶୋର ଚନ୍ଦ୍ର ପଣ୍ଡା, ଆଞ୍ଚଳିକ ସଂଯୋଜକ ୱାକର୍ ଟି. ଜୟରାମ, ଆଞ୍ଚଳିକ ସଂଯୋଜକ ୱାକର୍ ସତ୍ୟବାଦୀ ପତି, ସାଇପ୍ରିୟା ୱାକର୍ସ କ୍ଲବର ପ୍ରତିଷ୍ଠାତା ସଭାପତି ୱାକର୍ ସୁବାସ ବେହେରା, ଅଞ୍ଚଳିକ ସଭାପତି ୱାକର୍ ଡା. ଏମ୍. ସୁରେଶ କୁମାରଙ୍କ ସମେତ ରାୟଗଡ଼ ଜିଲ୍ଲାର ବିଭିନ୍ନ ୱାକର୍ସ କ୍ଲବର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ । ସକାଳ ୧୦ଘଟିକାରେ ସାଇପ୍ରିୟା ୱାକର୍ସ କ୍ଲବର ସମସ୍ତ ସଦସ୍ୟ ଓ ସଦସ୍ୟା ସେବାକାର୍ଯ୍ୟ ଆରମ୍ଭ କରିଥିଲେ ।
ସଭାପତି ୱାକର୍ ଜୟକୃଷ୍ଣ ପ୍ରଧାନ ଓ ସାଧାରଣ ସମ୍ପାଦକ ୱାକର୍ ଜଗନ୍ନାଥ ନାୟକଙ୍କ ଦକ୍ଷ ନେତୃତ୍ୱରେ ପ୍ରତ୍ୟେକ ସଦସ୍ୟ ନିଜ ନିଜ ନ୍ୟସ୍ତ ଦାୟିତ୍ୱକୁ ନିଷ୍ଠାପର ଓ ଶୃଙ୍ଖଳିତ ସେବାଭାବ ସହିତ ସମ୍ପାଦନ କରିଥିଲେ। ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଭକ୍ତଙ୍କ ସମାଗମରେ ପ୍ରସାଦ ଅନ୍ନ ପ୍ରସାଦ ବଣ୍ଟନ ସ୍ଥଳ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି । କ୍ଲବର ସ୍ୱେଚ୍ଛାସେବୀମାନେ ଭିଡ଼ ନିୟନ୍ତ୍ରଣ, ଯାନବାହନ ଚଳାଚଳର ସୁପରିଚାଳନା ଏବଂ ଶୃଙ୍ଖଳା ରକ୍ଷାରେ ଅସାଧାରଣ ଦକ୍ଷତାର ପରିଚୟ ପ୍ରଦାନ କରିଥିଲେ। ସକାଳ ୧୦.୦୦ ଘଟିକାରୁ ଆରମ୍ଭ ହୋଇଥିବା ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅପରାହ୍ନ ପ୍ରାୟ ୧.୩୦ ଘଟିକା ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା ।
ଏହି ଅବସରରେ ପ୍ରାୟ ୪,୦୦୦ରୁ ଅଧିକ ଭକ୍ତ ଅନ୍ନପ୍ରସାଦ ସେବନ କରି ଆଧ୍ୟାତ୍ମିକ ତୃପ୍ତି ଲାଭ କରିଥିଲେ। ସାଇପ୍ରିୟା ୱାକର୍ସ କ୍ଲବର ଏହି ନିଷ୍କାମ ସେବାକୁ ସ୍ଥାନୀୟ ଅଂଚଳରେ ପ୍ରଶଂସାର ସୁଅ ଛୁଟିଛି। ସାଇପ୍ରୀୟା ୱାକର୍ଷ କ୍ଲବ୍ ପ୍ରତିଷ୍ଠାତା ସଭାପତି ୱାକର୍ ସୁବାସ ବେହେରା, ମୁଖ୍ୟ ଉପଦେଷ୍ଟା ୱାକର୍ ବି. ଏମ୍. ରାଓ ପଟ୍ଟନାୟକ, ଅଞ୍ଚଳିକ ସଭାପତି ୱାକର୍ ଡା. ଏମ୍. ସୁରେଶ କୁମାରଙ୍କ ସୁଦୂରପ୍ରସାରୀ ଯୋଜନା ଏବଂ ସଭାପତି ୱାକର୍ ଜୟକୃଷ୍ଣ ପ୍ରଧାନ ଓ ସାଧାରଣ ସମ୍ପାଦକ ୱାକର୍ ଜଗନ୍ନାଥ ନାୟକଙ୍କ ଦୃଢ଼ ନେତୃତ୍ୱ ଓ ସୁପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
ଏଥିସହ କୋଷାଧ୍ୟକ୍ଷ ୱାକର୍ କେ. ବୈକୁଣ୍ଠ ରାଓ, ଉପସଭାପତି ଲାଲମୋହନ ବେହେରା, ବିପ୍ର ଚରଣ ବ୍ରହ୍ମା, ଶ୍ରଦ୍ଧାନନ୍ଦ ଖାଡ଼ଙ୍ଗା, ଭି. ଜେ. ଆର୍. ପଟ୍ଟନାୟକ, ଏଲ୍. କେ. ପଣ୍ଡା, ସାମ୍ଭାମୂର୍ତ୍ତି, ସଂଯୁକ୍ତା ରାଣୀ ପଣ୍ଡା, ୱାକର ସୁଶୀଳା ନାୟକ ଏବଂ କ୍ଲବର ସମସ୍ତ ସଦସ୍ୟ ନିଷ୍ଠାପୂର୍ଣ୍ଣ ସେବା, ସମନ୍ୱୟ ଓ ସମର୍ପଣ ଭାବନା କାର୍ଯ୍ୟକ୍ରମକୁ ସଫଳତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତରେ ପରିଣତ କରିଛି । “ସେବା ହିଁ ପରମ ଧର୍ମ”—ଏହି ମହାନ ଆଦର୍ଶକୁ ପାଥେୟ କରି ସାଇପ୍ରିୟା ୱାକର୍ସ କ୍ଲବ ଭବିଷ୍ୟତରେ ଜନହିତକର, ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜସେବାର ଅବିରତ ଧାରାକୁ ଅଗ୍ରସର କରିବ ବୋଲି ସମସ୍ତଙ୍କ ମଧ୍ୟରେ ଦୃଢ଼ ଆଶା ଓ ବିଶ୍ୱାସ ପ୍ରକାଶ ପାଇଛି ।

