ରାୟଗଡା ବାରିକ ସେବା ସଂଘ ନୂତନ୍ କର୍ମକର୍ତ୍ତା ଚୟନ

Date:

Share post:

ରାୟଗଡା, (୨୬/୦୬) : ଆପ୍ର : ରାୟଗଡା ମା ମଝିଘରିଆଣି ବାରିକ ସେବା ସଂଘ ପକ୍ଷରୁ ଆଜି ନୂତନ କର୍ମକର୍ତ୍ତା ଚୟନ । ଦୀର୍ଘ ୧୫ ବର୍ଷ ପରେ ରାୟଗଡ଼ ବାରିକ ସେବା ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଛନ୍ତି ।

୨୦୧୦ରେ ସ୍ଥାପନ ହେଇଥିଲା ମା ମଝିଘରିଆଣୀ ବାରିକ ସେବା ସଂଘ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଫାଉଣ୍ଡର ସଭାପତି ଏମ ଶଙ୍କର ରାଓ ସଂଘ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସ୍ଥାନୀୟ ଗ୍ରାମଦେବୀ ମନ୍ଦିରର ସମ୍ମିଳନୀ କକ୍ଷରେ ଆଜି ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ସଭାପତି ଭାବରେ ଏସ ମୁରଲୀ ଏବଂ ଏମ୍ ସୋନୁ ଏହି ଦୁଇଜଣ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅନ୍ୟ ପଦବୀ ଗୁଡ଼ିକ ପାଇଁ ସଂଘ ପୁର୍ବରୁ ନିର୍ଦ୍ଧାରଣ ଥିଲା । ୧୩୬ ଜଣ ସଦସ୍ୟ ନିଜ ମତ ସାବ୍ୟସ୍ତ କରିଥିଲେ। ସେଥି ମଧ୍ୟରୁ ୯୧ ଗୋଟି ଏମ୍ ସୋନୁ ଙ୍କ ପକ୍ଷରେ ପଡ଼ିଥିଲା । ଏସ ମୁରଲୀ ଙ୍କୁ ମାତ୍ର 33ଗୋଟି ଭୋଟ ମିଳିଥିବା ବେଳେ, ୧୨ ଗୋଟି ଭୋଟ ନାକଚ ହୋଇଯାଇଥିଲା ।

ସଭାପତି ଭାବେ ଏମ୍ ସୋନୁ ନିର୍ବାଚିତ ହୋଇଥିବା ବେଳେ, କାର୍ଯ୍ୟକାରୀ ସଭାପତି ଭାବେ କେ. ଅନିଲ କୁମାର, ଉପ ସଭାପତି କେ ଆଦି ନାରାୟଣ, ସମ୍ପାଦକ k. ଗୌରୀ ଶଙ୍କର, ସହ ସମ୍ପାଦକ ch. ରାଜେଶ କୁମାର ଏବଂ କୋଷାଧ୍ୟକ୍ଷ ଭାବେ ଏମ୍ ଈଶ୍ୱର ରାଓ ଚୟନ ହୋଇଛନ୍ତି । ଏହି ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ଆଇନଯିବି ୟେଦ୍ଧୁ ଶ୍ରୀହରି ରାଓ ନିର୍ବାଚନ ଅଧିକାରି ଭାବରେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସଂଘ ପାଇଁ ସମସ୍ତ ପ୍ରକାର ସାମାଜିକ ଓ ସଂଘ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଏମ୍ ସୋନୁ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...