ରାୟଗଡା ପୌରପରିଷଦ ପକ୍ଷରୁ “ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ” ଅନୁଷ୍ଠିତ

Date:

Share post:

ରାୟଗଡା, (୨୦/୦୬) : ଆପ୍ର : ତା .୨୦/୦୬/୨୦୨୬ ରିଖ ଦିନ ରାୟଗଡା ପୌରପରିଷଦ ଦ୍ୱାରା ସ୍ଥାନୀୟ ଅଡିଟୋରିୟମ୍ ପରିସରରେ “ସହରାଞ୍ଚଳ ଜନ ସମ୍ପର୍କ ଏବଂ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ” ସଫଳତାର ସହ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ନାଗରିକମାନଙ୍କୁ ପୌରପରିଷଦ ଦ୍ୱାରା ପରିଚାଳିତ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନ କରିବା ଏବଂ ସେମାନଙ୍କର ଅଭିଯୋଗ ଓ ସମସ୍ୟାର ସମାଧାନ କରିବା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)-୨.୦, ଗୃହ କର, ବାଣିଜ୍ୟିକ ଲାଇସେନ୍ସ, ବିଲ୍ଡିଂ ପ୍ଲାନ୍ ଅନୁମୋଦନ, ସହଯୋଗ ଯୋଜନା ଆଦି ସମ୍ପର୍କରେ ନାଗରିକମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା । ଉପସ୍ଥିତ ନାଗରିକମାନେ ସେମାନଙ୍କର ବିଭିନ୍ନ ଅଭିଯୋଗ ଓ ସମସ୍ୟା ଉପସ୍ଥାପନ କରିଥିଲେ ଏବଂ ସମ୍ପୃକ୍ତ ଅଧିକାରୀମାନେ ତାହାର ସମାଧାନ ପାଇଁ ପରାମର୍ଶ ଓ ସହାୟତା ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ରାୟଗଡ଼ ପୌରପରିଷଦ ଅଧୀନରେ କାର୍ଯ୍ୟରତ ସଫେଇ ମିତ୍ରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ସଫେଇ ମିତ୍ରମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଥିଲା । ଏଥିସହିତ ବିଭିନ୍ନ ଯୋଜନାରେ ଯୋଗ୍ୟ ଥିବା ନାଗରିକମାନଙ୍କୁ ସ୍ଥଳ ବିଶେଷରେ ଆବେଦନ କରିବା ପାଇଁ ସହାୟତା ଯୋଗାଇ ଦିଆଯାଇଥିଲା । କାର୍ଯ୍ୟକ୍ରମଟି ରାୟଗଡା ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୌରପରିଷଦର ସମସ୍ତ କାଉନସିଲରମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ।

ରାୟଗଡା ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ଟିମ ଲିଡ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ । ଜିଲ୍ଲା ମିଶନ ମ୍ୟାନେଜର, ସ୍ୱଚ୍ଛତା ବିଶେଷଜ୍ଞ, କମ୍ୟୁନିଟି ଅର୍ଗାନାଇଜର ଏବଂ ପୌରପରିଷଦର ବିଭିନ୍ନ ଶାଖାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନାଗରିକମାନଙ୍କ ସନ୍ଦେହ ଦୂର କରିବା ସହ ବିଭିନ୍ନ ଯୋଜନାର ସୁବିଧା ପ୍ରାପ୍ତି ନିମନ୍ତେ ଆବଶ୍ୟକ ସହଯୋଗ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରାୟଗଡ଼ ପୌରପରିଷଦ ଓ ନାଗରିକମାନଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗକୁ ଅଧିକ ସୁଦୃଢ଼ କରିବା ସହ ସରକାରୀ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏକ ସଫଳ ପଦକ୍ଷେପ ଭାବେ ପରିଗଣିତ ହୋଇଛି ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ଜମି ବିବାଦକୁ ନେଇ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (୨୦/୦୬) : ଆପ୍ର : ଜମିର ମରାମତି କରୁଥିବାବେଳେ ଚାରି ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ତିନୋଟି ଟ୍ରାକ୍ଟର ଓ ଗୋଟିଏ...

ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଦିନ ପାଳନ

ରାୟଗଡା, (୨୦/୦୬) : ଆପ୍ର : ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ହରି ଶଙ୍କର ସିଂଘାଣିଆଙ୍କ ୯୩ତମ ଜନ୍ମ ଦିନ ପାଳନ...

ଗାଁ ଦୁଆରେ ସରକାର: ୨୦ ଜୁନ୍‌ରୁ ପ୍ରତି ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’

ଭୁବନେଶ୍ୱର, (୨୦/୦୬) : ଆପ୍ର : ସରକାରୀ ଯୋଜନାର ଲାଭ ଯେପରି କୌଣସି ଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ବଞ୍ଚିତ ନ ହୁଏ ଏବଂ ଜନସାଧାରଣଙ୍କ...

ମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

କେନ୍ଦୁଝର, (୨୦/୦୬) : ଆପ୍ର : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା...