ଗଞ୍ଜାମ, (୨୯/୦୫) : ଆପ୍ର : ବିଧାୟକ ଙ୍କ ଉଦଘାଟନ ପୂର୍ବରୁ ଫଳକ ଭଙ୍ଗା ଘଟଣା ରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୁଷୋତ୍ତମପୁର ଥାନାରେ ଏଫଆର ଦେଲେ ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶ ।
ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତ ସରସିଙ୍ଗି ଗ୍ରାମ ଛକଠାରୁ ବୁଢ଼ା ଆମ୍ଭ ରାସ୍ତାର ଉର୍ନ୍ନତି କରଣ ପାଇଁ ୧୭ କୋଟି ଟଙ୍କା ବ୍ୟୟରେ ୧୦ କିମି ରାସ୍ତାର ଶିଳାନ୍ୟାସ କାମ ହୋଉଥାନ୍ତା । କିନ୍ତୁ ବିଧାୟକପ୍ରତାପ ଚନ୍ଦ୍ର ନାୟକ ଆସିବା ଆଗରୁ କିଛି ଅସମାଜିକ ବ୍ୟକ୍ତି ମାନେ ଆସି ସେହି ଫଳକ କୁ ଭାଙ୍ଗି ଦେଈ ଚାଲି ଯାଇଥିଲେ । ଏବଂ ସେହି ସ୍ଥାନରେ ଫ୍ଲେକ୍ସ ପ୍ରିଣ୍ଟ ପେପର ଲଗାଇ ରାସ୍ତାର ଶିଳାନ୍ୟାସକାର୍ଯ୍ୟ କରାଯାଇଥିଲା । ଅସମାଜିକ ବ୍ୟକ୍ତି ମାନେ ଭାବିଥିଲେ ଯେ ଆମେ ଭାଙ୍ଗିଦେଲେ ଆଉ ଶିଳାନ୍ୟାସ ହେବ ନାହିଁ କିନ୍ତୁ ମନୋବଳ ସୁଦୃଢ଼ ଥିଲେ ଏବଂ ଉର୍ନ୍ନତ ଟ୍ୱେକନୋଲୋଜି କ୍ଷେତ୍ର ରେ ସଙ୍ଗେ ସଙ୍ଗେ ସବୁକାର୍ଯ୍ୟ ହୋଇପାରୁଛିବୋଲି ବିଧାୟକ କହିଛନ୍ତି ।
ବିଧାୟକ ପ୍ରତାପ ନାୟକ, ସରପଞ୍ଚ ମନୋଜ ଦାଶ ଓ ଦଳୀୟ ବିଜେପି କର୍ମୀ ନେତା ମହିଳାଙ୍କ ଉପସ୍ଥିତି ରେ ସେହି ଶିଳାନ୍ୟାସ କାମ ମାତ୍ର କିଛି ସମୟ ବିଳମ୍ବରେ କରାଯାଇଥିଲା । ପରେ ସ୍ଥାନୀୟ ସରପଞ୍ଚ ମନୋଜ ଦାଶଙ୍କ ଲିଖୁତ ଏଚଲା କ୍ରମେ ପୁରୁଷୋତ୍ତମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ମାମଳା ରୁକୁ ପରେ ପୋଲିସ ତତ୍ପରତା ପ୍ରକାଶ କରି ଘଟଣା ସମଯର ସିସିଟିଭି ଫୁଟେଜ ଯାଞ୍ଚ ସହ ଏହାର ରେକର୍ଡିଂ ସଂଗ୍ରହ କରିଛି । ସେହି ଯୁବକମାନଙ୍କ ମଧ୍ୟରୁ କିଛି ଫଳକ ରଙ୍ଗା ଘଟଣାର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନସାମାଜିକଗଣ.ମାଧ୍ୟମରେ ଭାଇରଲ କରାଯାଇଥିବା ବେଳେ ପୋଲିସ ସେଗୁଡିକୁ ମଧ୍ୟ ସଂଗ୍ରହକରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଛି ।
ତେବେ ପୋଲିସ ପକ୍ଷରୁ ସେହି ଅସମାଜିକ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କେବେ ଓ କେଉଁ ଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଦେଖିବା କଥା । କିଛି ବୁଦ୍ଧିଜୀବୀ ଙ୍କ ମତ ଏଭଳି ଭଙ୍ଗା ରୁଜା କରାଯାଉଥିବା ବ୍ୟକ୍ତି ମାନଙ୍କ ଉପରେ ଯଦିତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆ ନଯାଏ ତେବେ ସେମାନେ ଆହୁରି ଉପଦ୍ରଵ କରିବାର ସମ୍ଭାବନା ବେଶି ରହିଛି ।

