ରାଜ୍ୟ ରେ ନିଶା ମାଫିଆଙ୍କୁ ନେଇ ଚହଳ ସୃଷ୍ଟି କରିଥିବା ବଲାଙ୍ଗୀର ଜିଲ୍ଲା ରେ ବିପୁଳ କଫ ସୀରଫ ସହ ୫ ମାଫିଆ ଗିରଫ

Date:

Share post:

ବଲାଙ୍ଗିର, (୦୭/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ରେ ଅତୀତରେ ବିପୁଳ ନିଶା ମାଫିଆ ଙ୍କ କଳା କାରନାମା ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସ୍ତରୀୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଉଚ୍ଚ ସ୍ତରୀୟ ଟିମ ଗଠନ ସହ ଦକ୍ଷ ପଦାଧିକାରୀ ଙ୍କୁ ନେଇ ଜିଲ୍ଲା ରେ କ୍ଲିନ୍ କ୍ରିମିନାଲ ନାମକ ଟିମ୍ ଗଠନ କରାଯାଇଥିଲା । ଏହି ବଲାଙ୍ଗୀର ସହର ରେ ଆୟୁର ବେଦ ବିକାଶ ଭଣ୍ଡାର ରୁ ଅତୀତ ରେ ୩୧ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ୍ ଏସ କଫ ନାମ୍ନୀ ନିଶା କଫ ଶୀରଫ ଜବତ କରାଯାଇଥିଲା । କ୍ରମାଗତ ଚଢ଼ାଉ ଜାରି ରଖି ଜିଲ୍ଲା ଓ ମୁଖ୍ୟ ରୂପେ ମାତ୍ରାଧିକ ଭାବେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଏହି ସହର ରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରାଯାଇଥିଲା ।

ବଲାଙ୍ଗୀର ଟାଉନ ଥାନା ପୋଲିସ ଅଧିକାରୀ ଅବନୀ ସାହୁ ଙ୍କ ନେତୃତ୍ୱ ରେ କଢ଼ା ପେଟ୍ରୋଲିଙ୍ଗ ସହ ନିଶା ମାଫିଆ ଓ ବିଭିନ୍ନ ମାମଲା ରେ ଫେରାର ଥିବା ୱାରେଣ୍ଟି ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିବା ଯୋଗୁଁ ଏହି ନିଶା କାରବାର ଓ ହତ୍ୟା,ଡକାୟତି ଭଳି ଘଟଣା ନିୟନ୍ତ୍ରଣ କରାଯାଇ କ୍ଲିନ୍ କ୍ରିମିନାଲ ମିଶନ ସଫଳ ହୋଇଥିଲା । ନିଶା କାରବାର ବିରୋଧରେ ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା ।

ସହରର ସ୍ମାର୍ଟ ପାର୍କ ନିକଟସ୍ଥ ବାଇପାସ ରାସ୍ତାରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର କଫ ସିରପ ଜବତ କରିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏକ ସମ୍ବଲପୁର ନମ୍ବର ବିଶିଷ୍ଟ କାରକୁ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ, ବାଇପାସ ରାସ୍ତା ଦେଇ ନିଶାଦ୍ରବ୍ୟ ପରିବହନ ହେଉଥିବା ନେଇ ପୋଲିସକୁ ଗୁପ୍ତ ଖବର ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ କଡ଼ା ନାକାବନ୍ଦୀ କରାଯାଇ ଏକ ସନ୍ଦିଗ୍ଧ କାରକୁ ଅଟକାଇ ତଲାସି କରାଯାଇଥିଲା । ତଲାସି ବେଳେ ଗାଡ଼ି ଭିତରୁ ୮୮୦ ବୋତଲ ନିଶା ଏସକଫ ସିରପ ଜବତ ହୋଇଥିଲା । ପୋଲିସ ଘଟଣାସ୍ଥଳରୁ ୫ ଜଣ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା ଜାରି ରଖିଛି । ଜବତ କଫ ସିରପ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେବାକୁ ଥିଲା, ସେନେଇ ପୋଲିସ ଅଧିକ ତଦନ୍ତ କରୁଛି ବୋଲି ପ୍ରକାଶ କରିଛି ।

ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ କ୍ଲିନ୍ କ୍ରିମିନାଲ ମିଶନ ସଫଳ ହୋଇ ଥିବା ବେଳେ ବଲାଙ୍ଗିର ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ସ୍ୱାଗତ କରାଯାଇଛି । ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ବିଶେଷ ଦ୍ରଷ୍ଟବ୍ୟ ଯେ,ଏହି ଏସ କଫ ନାମ୍ନୀ ନିଶା କଫ ଶିରଫ ରେ କୋଡ଼ିନ ନାମକ ନିଶା ରହିଥାଏ ,ଯାହା ପେଟ ରେ ଜୀର୍ଣ୍ଣ ହେଲେ ମର୍ଫିନ ରେ ପରିଣତ ହୋଇ ଯାଇଥାଏ । ୪୦୦ ରୁ ୪୫୦ ଟଙ୍କା ଲେଖାଏଁ ବୋତଲ ପିଛା ଦେଇ ଯୁବ ପିଢ଼ି ସହ ଛାତ୍ର,ଛାତ୍ରୀ ଏହାର ବ୍ୟବହାର କରି ଥାଆନ୍ତି । ବଲାଙ୍ଗୀର ଜିଲ୍ଲା ରେ ଏହି କାରବାର ଉପରେ ବେଶ୍ ରୋକ୍ ଲଗାଯାଇ ପାରିଥିବା ନେଇ ପୋଲିସ ପ୍ରଶଂସା ଭାଜନ ହୋଇ ପାରିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ହାତୀ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ, (୦୯/୦୬) : ଆପ୍ର : ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସସନର ଜଗନ୍ନାଥପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା...

ଟ୍ରକ୍ ଧକ୍କାରେ ମା’-ଝିଅ ମୃତ

ବଲାଙ୍ଗିର, (୦୯/୦୬) : ଆପ୍ର : ବଲାଙ୍ଗିର ସହର ଗାନ୍ଧୀନଗରପଡ଼ା ଫିସରି ଅଫିସ ନିକଟରେ ଟ୍ରକ୍ ଧକ୍କାରେ ୨ଜଣ ମା’-ଝିଅଙ୍କ ମୃତ୍ୟୁ ହୋଇଛି । ମୃତ...

ପାନୀୟ ଜଳ ସମସ୍ୟା ନେଇ ୨୦୦୦/- କୋଟି ଟଙ୍କା ହଡ଼ପ ଚକ୍ରାନ୍ତ ନେଇ ଭିଜିଲାନ୍ସ ତଦନ୍ତ ସହ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ଦାବୀ

ବଲାଙ୍ଗୀର/ଟିଟିଲାଗଡ, (୦୯/୦୬) : ଆପ୍ର : ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାରୁ ସରକାର ବଲାଙ୍ଗୀର ଜିଲ୍ଲା ର ତତତଲାଗଡ ରୂପେ...

ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି,୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ଵର, (୦୯/୦୬) : ଆପ୍ର : ରାଜ୍ୟ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ...