ତିନିଗୋଟି ରାସ୍ତାର ଶିଳାନ୍ୟାସ କଲେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ନାୟକ

Date:

Share post:

ଗଞ୍ଜାମ, (୨୪/୦୫) : ଆପ୍ର : ଆଜି କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଦ୍ୱାରା ୩ ଗୋଟି ରାସ୍ତା ଯଥା ଖରିଡ଼ା ଠାରୁ କଲେଶ୍ୱର ଦେଇ ଯଉଗଡ଼ ପାଣ୍ଡିଆ ପର୍ଯ୍ୟନ୍ତ, ହୁମା ବୋଇରାଣୀ ପୂର୍ତ୍ତ ବିଭାଗ ରାସ୍ତାଠାରୁ କଇ ଠରା ବେଣିପୁର ରାସ୍ତା, ଓ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବଳରାମ ପୁର ବୀର ଜଗନ୍ନାଥ ପୁର ଆର ଡ଼ି ରାସ୍ତାର ଶିଳାନ୍ୟାସ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ଦୀର୍ଘ ଦିନ ହେଲା ଏହିରାସ୍ତା ଗୁଡିକ ଗୁଡ଼ି ଉଠିଯାଇ ଖାଲ ଖମା ରେ ରହିଥିବାରୁ ଲୋକଙ୍କ ଯାତାୟାତ ରେ ବହୁତ ଅସୁବିଧା ହେଉଛି । ଏହି ଘଟଣା କୁ ସରପଞ୍ଚ ମନୋଜ ଦାଶ ଓ ପାଣ୍ଡିଆ ସରପଞ୍ଚ ଓ ଖରିଡ଼ା ସରପଞ୍ଚ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଧାୟକ ଏହି ରାସ୍ତା ଗୁଡିକ ର ଶିଳାନ୍ୟାସ କରି ଭୂମି ପୂଜା କରିଥିଲେ । ବିଧାୟକ ପ୍ରତାପ ନାୟକ ଙ୍କ ସହ ଦଳୀୟ କର୍ମୀ ନେତା ଓ ସରପସଞ୍ଚ, ସମିତି ସଭ୍ୟ, ସଭ୍ୟା, ମହିଳା ଗ୍ରୁପ ସଭାପତି ସମ୍ପାଦକ,ଦଦସ୍ୟ ଙ୍କ ସହିତ ସବୁଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ବିଶେଷ କରି ଖରିଡ଼ା ରାସ୍ତାଠାରୁ ପାଣ୍ଡିଆ ଯଉଗଡ଼ ରାସ୍ତା ବହୁତ ଅସୁବିଧା ଥିବାରୁ ଏବଂ ପର୍ଯ୍ୟଟକ ଙ୍କ ସହିତ ଜନ ସାଧାରଣ ଙ୍କ ବହୁ ଅସୁବିଧା କୁ ଦେଖି ପ୍ରଥମେ ସେହିରାସ୍ତା ଆରମ୍ଭ କରାଯିବ ଏବଂ କୌଣସି ରାସ୍ତା କାମରେ ନିମ୍ନ ମାନର କାମକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶ, ବଡ଼ ଖରିଡା ସରପଞ୍ଚ ଙ୍କ ପ୍ରତିନିଧି ରମେଶ ଦଳେଇ, ପାଣ୍ଡିଆ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସେଠୀ ପୂର୍ବତନ ବ୍ଳକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ଙ୍କ ସହ ବହୁ ଦକୀୟ ନେତା, କର୍ମୀ ଓ ଆରଡ଼ି ବିଭାଗ ର ଏସଡ଼ିଓ, ଏବଂ ଯେଇ ଲୋକନାଥ ନାୟକ ଓ ତିନିଗୋଟି ରାସ୍ତାର ଠିକାଦାର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ...