Homelocalରାଜ୍ୟରେ ପ୍ରବଳ ବର୍ଷା ଜାରି, ସୁବର୍ଣ୍ଣପୁରରେ ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ରାଜ୍ୟରେ ପ୍ରବଳ ବର୍ଷା ଜାରି, ସୁବର୍ଣ୍ଣପୁରରେ ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ସୁବର୍ଣ୍ଣପୁର, (୧୭/୦୭) : ଆପ୍ର : ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ।

ପାଣିପାଗ ବିଭାଗ ସତର୍କ କରାଇଛି ଯେ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବର୍ଷା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବନ୍ଦ ଘୋଷଣା କଲେ ଜିଲ୍ଲାପାଳ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଭାବକମାନଙ୍କୁ ମଧ୍ୟ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ଅନାବଶ୍ୟକ ଭାବେ ଶିଶୁମାନଙ୍କୁ ବାହାରକୁ ନଛାଡ଼ିବା ସହ ବର୍ଷା ସମୟରେ ସୁରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି । ଅନ୍ୟପଟେ, ପାଣିପାଗ ବିଭାଗ ଆଗାମୀ କିଛି ସମୟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ବ୍ୟକ୍ତ କରିଥିବାରୁ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି । ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments