Homelocalବଲାଙ୍ଗିରରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ

ବଲାଙ୍ଗିରରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ

ବଲାଙ୍ଗିର, (୦୧/୧୧) : ଆପ୍ର : ଦେଶର ଲୌହମାନବ ତଥା ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ବଲାଙ୍ଗିରଠାରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଅତି ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି ।

ଏହି ଅବସରରେ ଜାତିର ଏକତା, ଅଖଣ୍ଡତା ଏବଂ ଦେଶପ୍ରେମର ବାର୍ତ୍ତା ବାଣ୍ଟିବା ନିମନ୍ତେ ଏକ ଭବ୍ୟ ‘ଏକତା ପଦଯାତ୍ରା’ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହି ପଦଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡମ୍ବରୁଧର ମଲ୍ଲିକ, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣନିଧି ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ହରି ଓମ୍ ଶମ୍ଭୁ ନାରାୟଣ ଦାଶ, କ୍ରୀଡ଼ା ଛାତ୍ରାବାସ ଅଧୀକ୍ଷକ ପରାଶର ବାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ପ୍ରମୁଖ ଯୋଗଦେଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ​

ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ବଲାଙ୍ଗୀର ଡିଫେନ୍ସ ଏକାଡେମୀର କେଡେଟ ମାନେ ମଧ୍ୟ ଯୋଗଦାନ କରି ଦେଶର ଏକତା, ଭାଇଚାରା ଓ ଜାତୀୟ ସଂହତିର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରିଥିଲେ । ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଅଖଣ୍ଡତା ରକ୍ଷା ପାଇଁ ସମସ୍ତେ ସଂକଳ୍ପବଦ୍ଧ, ​ଏହି ପଦଯାତ୍ରା କେବଳ ଏକ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ସଶକ୍ତ, ସମୃଦ୍ଧ ଓ ଏକତାବଦ୍ଧ ଭାରତ ଗଠନ ଦିଗରେ ଦୃଢ଼ ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments