Homelocalମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ବାରଣ, ନଭେମ୍ବର ୧ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛମରା...

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ବାରଣ, ନଭେମ୍ବର ୧ରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛମରା ପାଇଁ ନିଷେଧାଦେଶ ଜାରି

ପୁରୀ, (୦୩/୧୧) : ଆପ୍ର : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ବାରଣ । ଗତକାଲି ଠାରୁ ଏହି କଟକଣା ଜାରି କରିଛି ପ୍ରଶାସନ । ଅଲିଭ ରିଡଲେଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଲାଗୁ କରାଯାଇଛି ଏହି କଟକଣା ।

ଚଳିତ ନଭେମ୍ବର ୧ରୁ ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ୭ ମାସ ଧରି ସମୁଦ୍ରରେ ମାଛମରା ପାଇଁ ନିଷେଧାଦେଶ ଜାରି ହୋଇଛି । ପୁରୀର ଦେବୀ ନଦୀ ମୁହାଣ ଠାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏ ଅବସରରେ ମାଛ ଧରାଳିଙ୍କ ପାଇଁ ସରକାରୀ ସହାୟତା ଦିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ। କଇଁଛ ସୁରକ୍ଷା ପାଇଁ ସାଗର ମିତ୍ରଙ୍କ ସାହାଯ୍ୟରେ ସଚେତନ କରାଯାଉଛି। ଏଥିସହିତ ସବୁଟ୍ରଲରଗୁଡ଼ିକୁ ଟ୍ରଲର ଏକ୍ସକ୍ଲୁଡର୍ ଡିଭାଇସ୍ ବା ଟିଇଡି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ କଇଁଚ ଲାଗିଗଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କୁ କଢ଼ା ଯାଇପାରିବ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments