Homelocalଅର୍ଣ୍ଣବ ପରେ ପୁଣି ଲୁହ ଦେଲା ମୁରାସୁ, ସହାୟତା ନ ମିଳିବା ପ୍ରତିବାଦରେ ରାସ୍ତାରୋକ

ଅର୍ଣ୍ଣବ ପରେ ପୁଣି ଲୁହ ଦେଲା ମୁରାସୁ, ସହାୟତା ନ ମିଳିବା ପ୍ରତିବାଦରେ ରାସ୍ତାରୋକ

ବ୍ରହ୍ମପୁର, (୦୩/୧୧) : ଆପ୍ର : ଅର୍ଣ୍ଣବ କନ୍ଦାଇଛି । ଲୁହ ବନ୍ଦ ହୋଇନି, ପଛେ ପଛେ ଆସିଲା ମୁରାସୁ । ଦେଇଗଲା ଦୁଃଖ । ବନ୍ୟା ସବୁ କିଛି ଭସାଇନେଲା ।

ଏବେବି ଆଶ୍ରୟସ୍ଥଳୀରେ ତଳିଆ ଅଞ୍ଚଳର ଦେଢ ଲକ୍ଷ ଲୋକଙ୍କୁ ରଖାଯାଇଛି । ବନ୍ୟା ପ୍ରଭାବିତ ଲୋକଙ୍କୁ କେଉଁଠି ରନ୍ଧା ଖାଦ୍ୟ ଦିଆଯାଉଛି ତ ଆଉ କେଉଁଠି ଶୁଖିଲା ଖାଦ୍ୟ ଦିଆଯାଉଛି । ବ୍ରହ୍ମପୁର ସହର ସମେତ ବିଭିନ୍ନ ସ୍ଥାନରେ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ଆସ୍କା ସହର ଜଳମଗ୍ନ ହୋଇଯାଇଥିବାରୁ ଏବେ ଜିଲ୍ଲା ପ୍ରଶାସନର ନଜର ଆସ୍କା ସହର ଉପରେ । ଜିଲ୍ଲାପାଳ ନିଜେ ଗ୍ରାଉଣ୍ଡ ଜିରୋରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଆସିକା ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ ସେବା ପୁନଃ ସ୍ଥାପନ ହୋଇସାରିଥିଲେ ଵି ମଝି ମଝିରେ ବିଦ୍ୟୁତ୍ ସେବାରେ ବ୍ୟାଘାତ ଘଟୁଛି । ଟ୍ୟାଙ୍କର ଯୋଗେ ଲୋକଙ୍କୁ ପିଇବା ପାଣି ବଣ୍ଟନ କରାଯାଉଛି । ସେପଟେ ବନ୍ୟା ସହାୟତା ନ ମିଳିବା ପ୍ରତିବାଦରେ ରାସ୍ତାରୋକ । ଆସିକା ନଳବଣ୍ଟା ଗାଁକୁ ସହାୟତା ମିଳିନଥିବା ଅଭିଯୋଗ କରି ରାସ୍ତାରୋକ କରିଛନ୍ତି ଗାଁଲୋକ। ଫଳରେ ଆସିକାରୁ ବ୍ରହ୍ମପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments