Homelocalନବ ଭାରତ ସାକ୍ଷରତା ଅଭିଯାନ ନିମନ୍ତେ ସାକ୍ଷରତା ପକ୍ଷ ଅନୁଷ୍ଠିତ

ନବ ଭାରତ ସାକ୍ଷରତା ଅଭିଯାନ ନିମନ୍ତେ ସାକ୍ଷରତା ପକ୍ଷ ଅନୁଷ୍ଠିତ

ରାୟଗଡା, (୬/୯) : ଆପ୍ର : ରାୟଗଡା ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ ରାୟଗଡାକୁ ପୂର୍ଣ୍ଣସାକ୍ଷର ଜିଲ୍ଲା ରୂପେ ଘୋଷଣା କରିବା ନିମନ୍ତେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି ।WhatsApp Image 2026 09 07 at 00.03.24 1

ରାୟଗଡା ଜିଲ୍ଲାରେ ସାଠିଏ ହଜାର ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ଅଦ୍ୟାବଧି ଚାଳିଶି ହଜାର ରୁ ଉର୍ଦ୍ଧ ଉଲ୍ଲାସ ଯୋଜନାରେ ନିରକ୍ଷରଙ୍କୁ ପଞ୍ଜିକରଣ କରାଯାଇଅଛି । ରାୟଗଡା ଜିଲ୍ଲାରେ ଉଲ୍ଲାସ ସାକ୍ଷରତା ପକ୍ଷ ସେପ୍ଟେମ୍ବର ୧ ରୁ ୧୪ ପର୍ଯ୍ୟନ୍ତ ପାଳିତ ହେଉଛି । ରବିବାର ଦିନ ଏଥି ନିମନ୍ତେ ଏକ ସଚେତନତା ଶିବିର ସ୍ଥାନୀୟ ପି ଏମ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭାଜନଲାଲ୍ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ରାୟଗଡ ଜିଲ୍ଲାର ଏଗାର ଗୋଟି ବ୍ଲକ ରୁ ଚାରିଶହ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନୀ ଯୋଜନାର ଲକ୍ଷ୍ୟ ଓ ଉଦ୍ଦ୍ୟେଶ ସହ ଜିଲ୍ଲାରେ ସର୍ବାଧିକ ପଞ୍ଜିକରଣ କରି ଉଲ୍ଲାସ ଯୋଜନାରେ ସାମିଲ କରିବା ନିମନ୍ତେ ଆଲୋଚନା କରିଥିଲେ ।

ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ପନ୍ଦର ବର୍ଷରୁ ଉର୍ଦ୍ଧ ବୟସ୍କ ପ୍ରତି ବର୍ଷ ଏକକୋଟି ନିରକ୍ଷର ଙ୍କୁ ସାକ୍ଷର ଓ ଆତ୍ମ ନିର୍ଭରଶିଳ କରିବା ଉଦ୍ଦ୍ୟେଶରେ ଏହି ” ଜନ ଜନ ସାକ୍ଷାର” ଅଭିଯାନ ୨୦୨୨ ରୁ ଆରମ୍ଭ ହୋଇ ୨୦୨୭ ପର୍ଯ୍ୟନ୍ତ ଚାଲିବ । ଏଣୁ ରାୟଗଡ କୁ ଏକ ପୂର୍ଣ୍ଣ ସାକ୍ଷର ଜିଲ୍ଲାରେ ପରିଣତ କରିବାରେ ସଭିଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଗୁଣୁପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁବାସ ସିଂ, ଚନ୍ଦ୍ରପୁର ଓ ମୁନିଗୁଡ଼ା ବ୍ଲକର ଶିକ୍ଷାଧିକାରୀ ଗଣେଶ ଶବର, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସମେତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ , ଜିଲ୍ଲା ଶିକ୍ଷାଧିକାରୀ ଓ ବିଭିନ୍ନ ଗୋଷ୍ଠୀ ଶିକ୍ଷାଧିକାରୀ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments