ବଲାଙ୍ଗିର // କଣ୍ଟାବାଞ୍ଜି, (୨୭/୦୫) : ଆପ୍ର : ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରି ତିନି ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସିନ୍ଧେକେଲା ଥାନା ଭୁର୍ଷାଗୁଡା ଗାଁ’ର ଜଣେ ନାବାଳିକାଙ୍କୁ ଗତକାଲି ଦିନ ବେଳା ତିନିଜଣ ବ୍ୟକ୍ତି ତାଙ୍କ ଘର ପାଖରୁ ଏକ ଗାଡ଼ିରେ ଅପହରଣ କରି ନେଇ ଯାଇଥିଲେ । ପରିବାର ଲୋକେ ଖୋଜା ଖୋଜି କରି ତାଙ୍କୁ ନପାଇବା ପରେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ । ଆଜି ନାବାଳିକା ଜଣକ ଘରକୁ ଫେରିଥିଲେ । ତାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ପୀଡିତ ପରିବାର ସିନ୍ଧେକେଲା ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ନାବାଳିକାକୁ ଟିଟିଲାଗଡ଼ ଡାକ୍ତରଖାନାକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଖୋଦ ବଲାଙ୍ଗିର ଏସପି ଅଭିଳାଷ ଜି ଟିଟିଲାଗଡ଼ ପହଁଚି ଅଧିକ ତଦନ୍ତ କରୁଛନ୍ତି ।

