Homebreaking newsଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗୁଣୁପୁର ତହସିଲର ସିରିଝୁଳି ଆର୍ ଆଇ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗୁଣୁପୁର ତହସିଲର ସିରିଝୁଳି ଆର୍ ଆଇ

ରାୟଗଡ଼ା, (୧୭/୦୭) : ଆପ୍ର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ ତଥା ଆରଆଇ। ମ୍ୟୁଟେସନ କାମ ପାଇଁ ଲାଞ୍ଚ ଦାବି କରି ଶେଷରେ ଫସି ଯାଇଛନ୍ତି ଅଫିସର ।

ମଧ୍ୟାହ୍ନରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ତହସିଲ ଅଧୀନ ସିରିଝୁଲି ସର୍କଲର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଜଣେ ବ୍ୟକ୍ତି ନିଜର ପୈତୃକ ଜମିର ମ୍ୟୁଟେସନ କରାଇବା ଓ ଜମି ପଟ୍ଟା ପାଇବା ପାଇଁ ସରକାରୀ ନିୟମ ଅନୁସାରେ ଅନଲାଇନରେ ଆବେଦନ କରିଥିଲେ । ସମସ୍ତ ଆବଶ୍ୟକୀୟ ଫିସ୍ ମଧ୍ୟ ଜମା କରିଥିଲେ । ତେବେ ଏହି କା ମକୁ ସମ୍ପାଦନ କରିବା ପାଇଁ ଆରଆଇ ସୁଶାନ୍ତ ମଲ୍ଲିକ କୌଣସି ଯଥାର୍ଥ କାରଣ ନଥାଇ କାମକୁ ଅଟକାଇ ରଖିଥିଲେ। ଏବଂ ଏହି କାର୍ଯ୍ୟ କରିବା ବଦଳରେ ସେ ଆବେଦନକାରୀ ନିକଟରୁ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଆରଆଇଙ୍କ ଏଭଳି ଦୁର୍ବ୍ୟବହାର ଓ ଲାଞ୍ଚ ମାଗିବା ନେଇ ଆବେଦନକାରୀ ଜଣକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ ।

ଯୋଜନାବଦ୍ଧ ଭାବେ, ଆବେଦନକାରୀଙ୍କ ଠାରୁ ତାଙ୍କ ଅଫିସ ରୁମରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି । ଏହି ଘଟଣା ପରେ ଅଭିଯୁକ୍ତ ଆରଆଇ ସୁଶାନ୍ତ ମଲ୍ଲିକଙ୍କ ସମ୍ପୃକ୍ତି ଥିବା ତିନୋଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି । ଏ ନେଇ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନଂ ୧୬/୨୦୨୬ (U/s-7PC (Amendment) Act, 2018) ଅନୁସାରେ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments