ପ୍ରଶାସକଙ୍କ ସହ ଆଲୋଚନା ପରେ ସ୍ଵାଭାବିକ ହେଲା ରଥ ନିର୍ମାଣ କାର୍ଯ୍ୟ

Date:

Share post:

ପୁରୀ, (୧୮/୦୬) : ଆପ୍ର : ସ୍ଵାଭାବିକ ହେଲା ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ତିନି ରଥର ମୁଖ୍ୟ ବିଶ୍ଵକର୍ମା ମହାରଣାଙ୍କ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ସ୍ବାଭାବିକ ହୋଇଛି

ପ୍ରଶାସନିକ ପ୍ରତିଶ୍ରୁତି ପରେ ରଥ ମହାରଣା ମାନଙ୍କ ଖେଇକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ହଟିଛି । ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ହୋଇ ନିଷ୍ପତ୍ତି ପରେ ପରେ ବିବାଦ ର ପୂର୍ଣ୍ଣଚ୍ଛେଦ ପଡ଼ିବ କହିଛନ୍ତି ବିଶ୍ୱକର୍ମା ମହାରଣା । ଦାବି ନ ମାନିଲେ ଆଗକୁ ମଧ୍ୟ କାର୍ଯ୍ୟ ବନ୍ଦ୍ କରିବାକୁ ଚେତାବନୀ ଦେଇଛନ୍ତି ତିନି ରଥର ମୁଖ୍ୟ ମହାରଣା । ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି ।

ସ୍ବତ୍ବଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ବିବାଦ ହୋଇଥିଲା । ଫଳରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଥିଲେ ବିଶ୍ବକର୍ମା ମହାରଣା । ମହାପ୍ରଭୁଙ୍କ ରଥ କାଠରୁ ବାହାରୁଥିବା ଗୁଣ୍ଡ କାଠକୁ ଖେଇ ହିସାବରେ ମହାରଣା ସେବକ ମାନେ ନେଇଥାନ୍ତି l କିନ୍ତୁ ଆଜି ଏହି କଟିଙ୍ଗ କାଠକୁ ନେଇ ବିବାଦ ଦେଖାଦେଇଥିଲା l ପୂର୍ବରୁ ୪ ଫୁଟ୍ ତଳକୁ ଗୋଲେଇ କାଠ ଖେଇ ଭାବେ ନେଉଥିଲେ ମହାରଣା । ମାତ୍ର ପ୍ରଶାସନର ନିୟମ ଅନୁଯାୟୀ ବଳକା କାଠ ନେବା ଉପରେ କଟକଣା ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଅଟୋକୁ ଧକ୍କା ଦେଲା କାର ୩ ଗୁରୁତର ୬ ଆହତ

ଅନୁଗୁଳ, (୧୮/୦୬) : ଆପ୍ର : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଟୋକୁ ପିଟିଲା କାର। ଜରପଡା ଥାନା ଅନ୍ତର୍ଗତ ବିମଳବେଡା...

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର, (୧୮/୦୬) : ଆପ୍ର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି...

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼, (୧୮/୦୬) : ଆପ୍ର : ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ...

ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ଭୁବନେଶ୍ୱର, (୧୮/୦୬) : ଆପ୍ର : ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ...