Homeaccidentଟ୍ରକ - ମିନିଟ୍ରକ ଧକ୍କା : ମିନି ଟ୍ରକ ଚାଳକ ମୃତ

ଟ୍ରକ – ମିନିଟ୍ରକ ଧକ୍କା : ମିନି ଟ୍ରକ ଚାଳକ ମୃତ

ସୁବର୍ଣ୍ଣପୁର, (୨୧/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଜାମଛାପର ଛକ ସୋନପୁର – ବିନିକା ମୁଖ୍ୟ ରାସ୍ତାରେ ଶନିବାର ରାତି ୧ ଟା ରେ ଟ୍ରକ ଓ ମିନି ଟ୍ରକ ଧକ୍କା ହୋଇ ମିନି ଟ୍ରକ ଚାଳକ ର ଜୀବନ ଚାଲିଯାଇଛି ।

ଟ୍ରକ ନଂ ଟି ଏସ ୨୯ ଟି ବି ୨୩୯୯ ଜାମଛାପର ଛକ ନିକଟରେ ଛିଡା ହୋଇଥିବା ବେଳେ ବିନିକା ପଟରୁ ସୋନପୁର ଆଡକୁ ଯାଉଥିବା ମିନିଟ୍ରକ ନଂ ଏ ପି ୩୯ ଡବ୍ଲୁ ଜେ ୦୨୯୬ ଦ୍ରୁତ ଗତିରେ ଆସି ପିଟି ହୋଇଥିଲା । ଦୁର୍ଘଟଣା ହେବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ କୁ ଫୋନ କରି ଜଣାଇବାରୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ବିନିକା ଡାକ୍ତରଖାନା କୁ ଆଣିଥିଲେ । ଡାକ୍ତର ଦେଖିଲା ପରେ ମୃତ ଘୋଷଣା କରିଥିଲେ । ତେବେ ମୃତ ଚାଳକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ର ଭେଡା ଭେଙ୍କଟେସ ପ୍ରସାଦ ରବିବାର ପୁଲିସ ବିନିକା ଥାନା କେସ ନମ୍ବର ୧୭୬/ ୨୬ ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments