ବଜ୍ରପାତରେ ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

Date:

Share post:

କାଲିମେଳା, (୨୯/୦୫) : ଆପ୍ର : ବଜ୍ରପାତରେ ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲି ଗାଁ’ରେ ଅଘଟଣ ।

ସୂଚନା ଅନୁସାରେ ଗାଁର ୩୫ ବର୍ଷୀୟା ଏଙ୍କି ମାଡକାମୀ ଓ ତାଙ୍କ ସ୍ୱାମୀ ଭିମା ମାଡକାମୀ ବିଲରେ ଥିଲେ । ଏଙ୍କି ମାଡକାମୀ ବାହାରକୁ ଯାଇଥିବା ବେଳେ ନିକଟସ୍ଥ ମହୁଲ ଗଛରେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏପଟେ ସ୍ୱାମୀ ଭିମା ମାଡକାମୀ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଏମଭି- 79 ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଏଙ୍କିଙ୍କ ଦୁଇ ପୁଅ ଝିଅ ଥିବା ବେଳେ ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ଝଡ଼ବର୍ଷା ଜାରି ରହିଛି ।

ଅନ୍ୟପଟେ, କଣ୍ଟାମାଳରେ କାଳବୈଶାଖୀ ତାଣ୍ଡବ । ବର୍ଷା କୁଆପଥର ମାଡ଼ ସହ ପ୍ରବଳ ଝଡ଼ ତୋଫାନ ଦେଖିବାକୁ ମିଳିଥିଲା । ଗତକାଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି । ପ୍ରବଳ ଝଡ଼ ତୋଫାନ ଯୋଗୁ ବିରାଟ ବିରାଟ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ରାସ୍ତା ଉପରେ ଗଛ ପଡ଼ିବାରୁ ରାସ୍ତା ଅବରୋଧ ମଧ୍ୟ ହୋଇଥିଲା । ଦମକଳ ବାହିନୀ ପହଞ୍ଚି ରାସ୍ତା ସଫା କରିବା ପରେ ଯୋଗାଯୋଗ ସ୍ୱାଭାବିକ ହୋଇଥିଲା l ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ ଅନ୍ଧାରରେ ଏବେ କଣ୍ଟାମାଳ l ଖଟଖଟିଆ ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ସୀତାରାମ ଖେତୀଙ୍କ ଘରର କାନ୍ଥ ପଡି ପାଞ୍ଚଟି ଛେଳିଙ୍କ ମୃତ୍ୟୁ ହୋଇଛି l

 

LEAVE A REPLY

Please enter your comment!
Please enter your name here

spot_img

Related articles

ଜମି ବିବାଦକୁ ନେଇ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (୨୦/୦୬) : ଆପ୍ର : ଜମିର ମରାମତି କରୁଥିବାବେଳେ ଚାରି ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ତିନୋଟି ଟ୍ରାକ୍ଟର ଓ ଗୋଟିଏ...

ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଦିନ ପାଳନ

ରାୟଗଡା, (୨୦/୦୬) : ଆପ୍ର : ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ହରି ଶଙ୍କର ସିଂଘାଣିଆଙ୍କ ୯୩ତମ ଜନ୍ମ ଦିନ ପାଳନ...

ଗାଁ ଦୁଆରେ ସରକାର: ୨୦ ଜୁନ୍‌ରୁ ପ୍ରତି ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’

ଭୁବନେଶ୍ୱର, (୨୦/୦୬) : ଆପ୍ର : ସରକାରୀ ଯୋଜନାର ଲାଭ ଯେପରି କୌଣସି ଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ବଞ୍ଚିତ ନ ହୁଏ ଏବଂ ଜନସାଧାରଣଙ୍କ...

ମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

କେନ୍ଦୁଝର, (୨୦/୦୬) : ଆପ୍ର : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା...