ସ୍କୁଟିରେ  ଘରକୁ ଫେରୁଥିବା ବେଳେ ଅଘଟଣ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

Date:

Share post:

କେନ୍ଦ୍ରାପଡା, (12/06) : ଆପ୍ର : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ ପୋଲଛକରେ । ମହିଳାଙ୍କ ଠାରୁ ସୁନା ଲୁଟିନେଲେ ଅଢେ଼ଇ ଭରିର ସୁନା ଚେନ। ସୁଚନା ଅନୁସାରେ ମହିଳାଙ୍କ ଘର କୁଦାନଗରି ଥାନା ଳଅନ୍ତା ଗାଁର ସ୍ଵର୍ଣଲତା ବେଉରା ।

ସେ  କେନ୍ଦ୍ରାପଡାରେ ଘରଭଡା ନେଇ ରହୁଛନ୍ତି । ଆଜି ସକାଳୁ ସ୍ବର୍ଣ୍ଣଲତା ଓ ତାଙ୍କ ଝିଅ ସ୍କୁଟିରେ କେନ୍ଦ୍ରାପଡାରୁ ଘରକୁ ଯାଉଥିଲେ । ଏତିକି ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ବାଟରେ ଏକ ଆପାଜି ବାଇକରେ ତିନିଜଣ ପିଛା କରିଥିଲେ । ଯାହାର ଭିଡିଓ ସିସି କ୍ୟାମେରାରେ କଏଦ ହୋଇଛି । ତିନି ଜଣ ଲୁଟେରା ପିଛା କରିବା ପରେ ବାହାକଣ୍ଡିଆ ପୋଲ ଛକଠାରେ ମହିଳାଙ୍କୁ ଅପେକ୍ଷା କରି ଠିଆ ହୋଇଥିଲେ। ସ୍ବର୍ଣ୍ଣଲତା ଯିବା ସମୟରେ ହଠାତ ବନ୍ଧୁକ ଦେଖାଇ ବେକରୁ ସୁନାଚେନ ଝିଙ୍କି ନେଇ ମହିଳାଙ୍କୁ ଧକା ମାରି ତଳେ ଫୋପାଡ଼ି ଦେଇଥିଲେ । ପରେ ଦୂର୍ବୁତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏନେଇ ସ୍ବର୍ଣ୍ଣଲତା ସଦର ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି, (12/06) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ...

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, (12/06) : ଆପ୍ର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩...

ଋଣ ଯୋଗାଇଦେବା ନାଁରେ ଠକେଇ, ୧୩୭ଟି ବାଇକ୍ ଓ ୧୨୮ଟି ମୋବାଇଲ୍ ଫୋନ୍ ଜବତ

ଗଜପତି, (12/06) : ଆପ୍ର : ଋଣ ଯୋଗାଇ ଦେବା ନାଁରେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଗଜପତି...

ଘରେ କେହି ନଥିବା ବେଳେ ଲୁଟିନେଲେ ଲୁଟେରା, ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଉଦଳା, (12/06) : ଆପ୍ର : ଆସିଲେ ଘର ସାମ୍ନା ରାସ୍ତାରେ ବୁଲିଲେ । ଘରୁ ମହିଳା ବାହାରିଯିବା ଦେଖିବାପରେ କିଛି କ୍ଷଣରେ ଲୁଟିନେଲେ ।...