Homelocalଶିଶୁ କଲ୍ୟାଣ ସମିତିର ନୂତନ ଭବନ କୁ ଉଦଘାଟନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ : ଦୀର୍ଘ...

ଶିଶୁ କଲ୍ୟାଣ ସମିତିର ନୂତନ ଭବନ କୁ ଉଦଘାଟନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ : ଦୀର୍ଘ ୧୩ ବର୍ଷ ପରେ ମିଳିଲା ନିଜସ୍ୱ ସରକାରୀ ଭବନ

ସୁବର୍ଣ୍ଣପୁର, (୨୯/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ କଲ୍ୟାଣ ସମିତିର ନୂତନ ସରକାରୀ ଭବନ ଉଦଘାଟନ କଲେ ଜିଲ୍ଲାପାଳ ଡ. ନୃପରାଜ ସାହୁWhatsApp Image 2026 06 30 at 09.05.02 1

ଦୀର୍ଘ ୧୩ ବର୍ଷର ପ୍ରତୀକ୍ଷା ପରେ ଶିଶୁ କଲ୍ୟାଣ ସମିତି ର ନୂତନ ସରକାରୀ କାର୍ଯ୍ୟାଳୟ ଭବନ ଉଦ୍ଘାଟିତ ହୋଇଛି । ନୂତନ କାର୍ଯ୍ୟାଳୟ ଦ୍ୱାରା ଶିଶୁ ମାନଙ୍କ ସୁରକ୍ଷା,ଯତ୍ନ ଓ ପୁନର୍ବାସ ସମ୍ବନ୍ଧୀୟ କାର୍ଯ୍ୟ ଅଧିକ ସୁବିଧାଜନକ ଓ ସୁଚାରୁ ଭାବେ ସମ୍ପାଦିତ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ଯୋଗ ଦେଇଥିବା ବେଳେ ଶିଶୁ କଲ୍ୟାଣ ସମିତି, ପୂର୍ବତନ ଶିଶୁ କଲ୍ୟାଣ ସମିତିର ସଭ୍ୟ ରାଧେଶ୍ୟାମ ପଣ୍ଡା, ସାନ୍ତୁନୁ କୁମାର କର୍ଣ୍ଣ, ହେମନ୍ତ କୁମାର ସା, ଦିଲ୍ଲୀପ କୁମାର ମୁଖୀ, ସାମାଜିକ କର୍ମୀ ଗୋବିନ୍ଦ ମହାରଣା, ସଖୀ, ଉତ୍କଳ ବାଳାଶ୍ରମ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।WhatsApp Image 2026 06 30 at 09.05.03

ନୂତନ କାର୍ଯ୍ୟାଳୟ ଭବନ ଶିଶୁ ସୁରକ୍ଷା ଦିଗରେ ଏକ ନୂଆ ପଦକ୍ଷେପ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ନୂତନ ସରକାରୀ କାର୍ଯ୍ୟାଳୟ ପାଇଁ ନୂତନ ଭାବେ ନିଯୁକ୍ତ ହୋଇଥିବା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଲୀନା ବାବୁ, ସଦସ୍ୟା ଅଞ୍ଜଳି ନେଗୀ, ରଞ୍ଜିତା ସାହୁ, ସଦସ୍ୟ କେଶବ ଚନ୍ଦ୍ର ମେହେର ଓ ବ୍ରଜେନ୍ଦ୍ର କୁମାର୍ ବିଶି ସମସ୍ତେ ମିଶି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ସମିତିର ଅଭିଯୋଗକୁ ଗୁରୁତର ସହ ନେଇ ତାଙ୍କର ପ୍ରଚେଷ୍ଟା ଫଳରେ ଉକ୍ତ କାର୍ଯ୍ୟାଳୟ କୁ ମଞ୍ଜୁର କରିଥିଲେ । ପୂର୍ବରୁ ଭଡ଼ା ଘରେ କାର୍ଯ୍ୟାଳୟ ଚାଲୁ ଥିବାରୁ ବିଭିନ୍ନ ସମସ୍ୟା ଦେଖା ଦେଇଥିଲା । ନୂତନ ସରକାରୀ ଭବନ ମିଳିବା ପରେ ଶିଶୁ ମାନଙ୍କ ହିତରେ ଶୁଣାଣି ଓ ଅନ୍ୟାନ୍ୟ କାର୍ଯ୍ୟ ଆହୁରି ଭଲ ଭାବରେ ହୋଇପାରିବ । ଏହି କାର୍ଯ୍ୟକ୍ରମକୁ ଶିଶୁ କଲ୍ୟାଣ ସମିତିର ସମସ୍ତ ସଭ୍ୟା ଓ ସଭ୍ୟା ସମ୍ପାଦନ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments