ରାୟଗଡାରେ ‘ଉଦ୍ୟମୀ ଓଡ଼ିଶା-ଏମଏସଏମଇ’ କାର୍ଯ୍ୟକ୍ରମ ପାଳିତ

Date:

Share post:

ରାୟଗଡା, (୨୭/୦୬) : ଆପ୍ର : ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡା ପକ୍ଷରୁ ‘ଉଦ୍ୟମୀ ଓଡ଼ିଶା-ଏମଏସଏମଇ’ କାର୍ଯ୍ୟକ୍ରମ ସ୍ଥାନୀୟ ପି ଏମ ଶ୍ରୀ ଜି ସି ଡି ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଠାର ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।

ଆଜି ତା ୨୭/୦୬/୨୦୨୬ ରିଖ ଠାରୁ ଆସନ୍ତା ୦୧/୦୭/୨୦୨୬ ରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ହେବାକୁ ଥିବା ସେମିନାର ଏବଂ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦେଇ ଉଦ୍ୟୋଗୀମାନଙ୍କୁ ପ୍ରାରମ୍ଭିକ ବିଫଳତାରେ ନିରାଶ ନହୋଇ ଧୈର୍ଯ୍ୟ ଓ ଦୃଢ଼ ମନୋବଳ ସହ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ । ସଫଳତା ପାଇଁ ନିରନ୍ତର ପ୍ରୟାସ ଓ ନବଚିନ୍ତନର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏମଏସଏମଇ କ୍ଷେତ୍ରର ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି ଉଦ୍ୟୋଗ ଏବଂ ଉତ୍ପାଦର ପ୍ରଚାର ପ୍ରସାର ବ୍ୟବସ୍ଥା, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ସଫଳ ଉପଯୋଗ ମାଧ୍ୟମରେ ବ୍ୟବସାୟର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କର ଜ୍ୟେଷ୍ଠ ଅଧିକାରୀ ସିଭିଲ ସ୍କୋରର ଗୁରୁତ୍ୱ, ବ୍ୟାଙ୍କ ଋଣ ପ୍ରାପ୍ତିରେ ଏହାର ଭୂମିକା ଏବଂ ଆର୍ଥିକ ଶୃଙ୍ଖଳା ରକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ଓରମାସ୍‌ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ପ୍ରଧାନ ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟର ବଜାରୀକରଣ, ବିପଣନ ସୁବିଧା ଓ ଉଦ୍ୟୋଗୀମାନଙ୍କ ପାଇଁ ଉପଲବ୍ଧ ସହାୟତା ସମ୍ପର୍କରେ ମତ ରଖିଥିଲେ । ବରିଷ୍ଠ ଅବସରପ୍ରାପ୍ତ ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଏକ ଶିଳ୍ପ ସ୍ଥାପନାର ବିଭିନ୍ନ ସୋପାନ, ଯୋଜନା ପ୍ରସ୍ତୁତି, ଆର୍ଥିକ ପରିଚାଳନା ଓ ଦୀର୍ଘମିଆଦୀ ସଫଳତାର ମାର୍ଗ ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ଅବଗତ କରାଇଥିଲେ ।

ଏହି ଅବସରରେ ଜିଲ୍ଲାର ଚାରିଜଣ ସଫଳ ଉଦ୍ୟୋଗୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଯୁବ ଉଦ୍ୟମୀମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ AIO ଶ୍ରୀ ବେଦାର୍ଚନ ରାୟ, ଶ୍ରୀ ସ୍ମୃତିଚନ୍ଦନ ପ୍ରଧାନ, ଶ୍ରୀ ଚିତ୍ତରଞ୍ଜନ ମେହେର, ଶ୍ରୀ ଦୀପକ ହାଁସଦା, ସୂରଜ କଣ୍ଡୁଲାନl, IPO ଶ୍ରୀ ସୁବ୍ରତ ପଟ୍ଟନାୟକ ଓ ବରିଷ୍ଠ ସହାୟକ ସୌମିତ୍ର ପଟ୍ଟନାୟକ, ତ୍ରିଲୋଚନ ଦାସ, ଦୀପା ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ଜେନା, ସୁନୀଲ ପ୍ରଧାନ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବଲାଙ୍ଗିରରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ-୨୦୨୬’ ଉଦ୍‌ଘାଟିତ

ବଲାଙ୍ଗିର, (୨୮/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲାକୁ ଶିଳ୍ପ ସମୃଦ୍ଧ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ...

ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି

ବରଗଡ, (୨୮/୦୬) : ଆପ୍ର : ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ଚାଷୀଙ୍କ ସମସ୍ୟା ଥମିବାର ନାଁ ନେଉନି । ଧାନ କ୍ରୟରେ ବିଳମ୍ବ, ଟୋକନ...

କଫ ସିରପ୍‌ ବିକୁଥିବା ବେଳେ ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲା ଯୁବକ

ବଲାଙ୍ଗିର, (୨୮/୦୬) : ଆପ୍ର : ଅଭିଯୁକ୍ତ କଫ ସିରପ୍‌ ବିକୁଥିଲା । ବଲାଙ୍ଗିର ଟାଉନ ଥାନା ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ...

ଚାଲି ଚାଲି ଯାଉଥିଲେ ପିଟି ଦେଲା ବାଇକ୍, ଚାଲିଗଲା ଜୀବନ

ଗଜପତି, (୨୮/୦୬) : ଆପ୍ର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ନିକଟସ୍ତ ଇଣ୍ଡିଆନ ପେଟ୍ରୋଲ ବଙ୍କ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...