ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ଦେବାଶିଷ ମହାନ୍ତି(ସୁରେଶ)

Date:

Share post:

ପୁରୁଷୋତ୍ତମପୁର,, (12/06) : ଆପ୍ର : ପୁରୁଷୋତ୍ତମପୁର ଏନଏସିର ବାସିନ୍ଦା ତଥା ଯୁବକ ଦେବାଶିଷ ମହାନ୍ତି (ସୁରେଶ)ଙ୍କୁ ବିଜେପି ଆସ୍କା-ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଜିତ କୁମାର ପଣ୍ଡା ଙ୍କ ସୁପାରିଶ କ୍ରମେ ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ମନୋନୀତ କରିଛନ୍ତି ।

ଏହି ଖବର ପ୍ରଚାରିତ ପରେ ଯୁବ ନେତା,କର୍ମୀଙ୍କ ମନରେ ଆନନ୍ଦ ଭରି ଯାଇଛି । ଆଗାମୀ ଦିନରେ ସୁରେଶ ଯୁବକ ମାନଙ୍କୁ ନେଇ କିଛି କରିବେ ବୋଲି ଯୁବନେତା କର୍ମୀ ମାନେ ଉତ୍ସାହିତ ଅଛନ୍ତି । ଦେବାଶିଷ ଏହି ଖବର ପାଇ ତଥା ଦଳ ତାଙ୍କୁ ଗୁରୁ ଦାୟିତ୍ୱ ଦେଇଥିବାରୁ ସେ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ଯୁବ ମୋର୍ଚ୍ଚା ସଭାପତି ଅଜିତ କୁମାର ପଣ୍ଡା ଏବଂ ରାଜ୍ୟ ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦେବାଶିଷ କହିଛନ୍ତି ଦଳ ତାଙ୍କ ଉପରେ ଯେଉଁ ବିଶ୍ବାସ ଭରଷା ରଖି ଏହି ଦାୟିତ୍ବ ଅର୍ପଣ କରିଛି, ସେ ତାହାକୁ ନିଷ୍ଠା ର ସହ ପାଳନ କରି ଏହି ଯୁବ ସଂଗଠନକୁ ଆହୁରି ସୁଦୃଢ଼ ଓ ମଜୁବୁତ କରିବା ଦିଗରେ କାର୍ଯ୍ୟ କରିବେ। ଏହି ଖବର ଜଣା ପଡିବା ପରେ ସହର ର ଯୁବ ଗୋଷ୍ଟିଙ୍କ ସହିତ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କ ସମର୍ଥକ ମାନେସୁରେଶ ଙ୍କ ଘରକୁ ଯାଇ ଏବଂ ଫୋନ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି, (12/06) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ...

ସ୍କୁଟିରେ  ଘରକୁ ଫେରୁଥିବା ବେଳେ ଅଘଟଣ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

କେନ୍ଦ୍ରାପଡା, (12/06) : ଆପ୍ର : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ...

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, (12/06) : ଆପ୍ର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩...

ଋଣ ଯୋଗାଇଦେବା ନାଁରେ ଠକେଇ, ୧୩୭ଟି ବାଇକ୍ ଓ ୧୨୮ଟି ମୋବାଇଲ୍ ଫୋନ୍ ଜବତ

ଗଜପତି, (12/06) : ଆପ୍ର : ଋଣ ଯୋଗାଇ ଦେବା ନାଁରେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଗଜପତି...