ତିନିମାସ ହେଲା ବୁଦ୍ଧ ବୃଦ୍ଧା ଭତ୍ତା ଟଙ୍କା ନ ପାଇବାରୁ ତାର ପ୍ରତିବାଦ କରି ହିତାଧିକାରୀ ସହ ବିଜେଡି ର ବ୍ଲକ କାର୍ଯ୍ୟଳୟରେ ବିକ୍ଷୋଭ ପ୍ରଦର୍ଶନ

Date:

Share post:

ସୁବର୍ଣ୍ଣପୁର, (୧୧/୦୬): ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କାର୍ଯ୍ୟାଳୟରେ ବିଜୁ ଜନତା ଦଳ ତରଫରୁ ଭତ୍ତା ପାଇଁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦୀର୍ଘ ୩ ମାସ ହେଲା ବୃଦ୍ଧବୃଦ୍ଧାଙ୍କୁ ମିଳିନାହିଁ ଭତ୍ତା ଟଙ୍କା । ଯେଉଁଥିପାଇଁ ହିତାଧିକାରୀ ବହୁ ଅସୁବିଧା ଭୋଗୁଛନ୍ତି । ପ୍ରକାଶ ଥାଉକି ହଜାର ହଜାର ହିତାଧିକାରୀ ବିନିକା ବସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିନିକା ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ଦୀର୍ଘ ୩ ମାସହେଲା ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଟଙ୍କା ମିଳୁ ନ ଥିବାରୁ ଔଷଧ କିଣିବା ଠାରୁ ଆରମ୍ଭ କରି ବହୁ କଷ୍ଟରେ ଚଲୁଥିବି ହିତାଧିକାରୀ ପ୍ରକାଶ କରିଛନ୍ତି । ପୂର୍ବ ବିଜେଡି ସରକାର ରେ ମାସକୁ ମାସ ଭତ୍ତା ସହିତ ବୃଦ୍ଧ ବୃଦ୍ଧା ଙ୍କୁ ଛତା, ଚପଲ ଏବଂ କମ୍ବଳ ପାଇଁ ମଧ୍ୟ ଟଙ୍କା ପ୍ରଦାନ କରାଯାଉଥିଲା ।

ହେଳେ ଏହି ସରକାର ଭତ୍ତା ଦେଇ ପାରୁନାହିଁ ବୋଲି ବିଜେଡି କର୍ମୀ ମାନେ ଅଭିଯୋଗ କରିଥିଲେ । ତୁରନ୍ତ ସରକାର ବୃଦ୍ଧବୃଦ୍ଧାଙ୍କୁ ମାସକୁ ମାସ ଭତ୍ତା ଯୋଗାଇଦେବା ସହିତ ଛତା, ଚପଲ, ଏବଂ କମ୍ବଳ ପାଇଁ କୁ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ, ବିନିକା ବ୍ଲକ ବିଜେଡି ସଭାପତି ଦ୍ୱାରିକାନାଥ ସାହୁ, ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ, ଉପାଧ୍ୟକ୍ଷା ତପସ୍ଵିନୀ ମେହେର , ଜୁଲୁଣ୍ଡା ସରପଞ୍ଚ ରଜତ ପଧାନ,ବିନିକା ନଗର ସଭାପତି ସୋମନାଥ ମିଶ୍ର ପ୍ରମୁଖ ଙ୍କ ସମେତ ବହୁ ବିଜେଡି କର୍ମୀ ଏବଂ ହିତାଧିକାରୀ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କଣ୍ଟାବାଞ୍ଜି, (12/06) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ...

ସ୍କୁଟିରେ  ଘରକୁ ଫେରୁଥିବା ବେଳେ ଅଘଟଣ, ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

କେନ୍ଦ୍ରାପଡା, (12/06) : ଆପ୍ର : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ...

କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର, (12/06) : ଆପ୍ର : ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ରୁ ୩...

ଋଣ ଯୋଗାଇଦେବା ନାଁରେ ଠକେଇ, ୧୩୭ଟି ବାଇକ୍ ଓ ୧୨୮ଟି ମୋବାଇଲ୍ ଫୋନ୍ ଜବତ

ଗଜପତି, (12/06) : ଆପ୍ର : ଋଣ ଯୋଗାଇ ଦେବା ନାଁରେ ସାଧାରଣ ଓ ନିରୀହ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାସ କରିଛି ଗଜପତି...