ବାସି ବିରିୟାନୀ କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ, ଶେଷରେ ରାସ୍ତାରେ ଯୁବକଙ୍କୁ ଫୋପାଡ଼ି ଦେଇ ଗଲେ ଅଭିଯୁକ୍ତ

Date:

Share post:

ଜଗତସିଂହପୁର, (୨୪/୦୬) : ଆପ୍ର : ବିରିୟାନୀ ପାଇଁ ତୁମୁଳକାଣ୍ଡ । ବାସି ବିରିୟାନୀ କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଘଟଣା । ବିରିୟାନୀକୁ ବାସି କହିବାରୁ ଗ୍ରାହକଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି ହୋଟେଲ କର୍ମଚାରୀ । ଆକ୍ରମଣ କରି ତାଙ୍କୁ କଟକ ପାରାଦୀପ ଜାତୀୟ ରାଜପଥରେ ଅଭିଯୁକ୍ତ ମାନେ ଫୋପାଡ଼ି ଦେଇଥିବା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହାକୁ ପ୍ରତିବାଦ କରି ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ଅଞ୍ଚଳବାସୀ ।

ଅଭିଯୋଗ ଅନୁଯାଇ, ଜୟସଂଖପୁର ଗାଁ’ର ସଞ୍ଜୟ ମାଝୀ ୧୫ ନମ୍ବର ପାଖରେ ଥିବା ଏକ ହୋଟେଲକୁ ବିରିୟାନୀ ଖାଇବାକୁ ଯାଇଥିଲେ । ବିରିୟାନୀ ବାସି ଗନ୍ଧ ହେବାରୁ ହୋଟେଲ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ । ଓଲଟା ହୋଟେଲ କର୍ମଚାରୀ ତାଙ୍କୁ ଗାଳି କରିଥିଲେ, ସଞ୍ଜୟ ଏହାକୁ ପ୍ରତିବାଦ କରିବାରୁ ହୋଟେଲ କର୍ମଚାରୀ ମିଳିତ ଭାବେ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରି କଟକ ପାରାଦୀପ ମୁଖ୍ୟ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫୋପାଡ଼ି ଦେଇଥିଲେ । ଥାନାରେ ଅଭିୟୋଗ ପରେ ହୋଟେଲର ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ଆହତ ସଞ୍ଜୟଙ୍କୁ ପ୍ରଥମେ କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜିଲ୍ଲାସ୍ତରୀୟ ଜୈବ କୃଷି ଓ ପ୍ରାକୃତିକ କୃଷି କର୍ମଶାଳା

ବଲାଙ୍ଗିର, (୨୫/୦୬) : ଆପ୍ର : ମାଟିର ଉର୍ବରତା ରକ୍ଷା କରିବା ସହ ମାନବ ସମାଜକୁ ବିଷମୁକ୍ତ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କୋଶଳ...

ନୂଆପଡା ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

ନୂଆପଡ଼ା, (୨୫/୦୬) : ଆପ୍ର : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା...

ପୁରୀରେ ପହଁଚିଲା ରଥ ଦଉଡ଼ି

ପୁରୀ, (୨୫/୦୬) : ଆପ୍ର : ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି...

କନ୍ଧମାଳରେ ଚାଞ୍ଚଲ୍ୟ; ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗ ପରେ ଜି.ଉଦୟଗିରି ପୋଲିସର ତଦନ୍ତ ଆରମ୍ଭ

କନ୍ଧମାଳ, (୨୫/୦୬) : ଆପ୍ର : କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଚର୍ଚ୍ଚା ବଢ଼ିଛି । ଏହି ଘଟଣାରେ ପୋଲିସ...