Homelocalଲୋକସେବା ଭବନରୁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ

ଲୋକସେବା ଭବନରୁ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର, (୨୧/୦୯) : ଆପ୍ର : ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ ଅଧୀନରେ ପ୍ରଥମ ତୀର୍ଥଯାତ୍ରାର ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି ।

ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ମୋଟ ୯୧୦ ଜଣ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଦର୍ଶନ କରିବେ। ଅକ୍ଟୋବର ୧୭ ସୁଦ୍ଧା ୧୩ ଜିଲ୍ଲାର ୧୦ ହଜାର ୫୩୫ ଶ୍ରଦ୍ଧାଳୁ ଦର୍ଶନ କରିବେ । ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଅଧୀନରେ ଗରିବ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ବିଧବା ମହିଳାମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ଉଦ୍ଦେଶ୍ୟରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ କରାଯାଇଛି। ।

ଏହି ଯୋଜନା ଅଧୀନରେ ଯାଉଥିବା ଭକ୍ତମାନଙ୍କୁ ସରକାରଙ୍କ ତରଫରୁ ଏସି ବସ୍‌ ମାଧ୍ୟମରେ ପୁରୀ ଯିବାଆସିବା ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସହଜ ଦର୍ଶନର ବ୍ୟବସ୍ଥା କରାଯିବ । ଯାତ୍ରା ସମୟରେ ଭକ୍ତମାନଙ୍କ ପାଇଁ ମାଗଣା ଖାଦ୍ୟ ଏବଂ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଅନ୍ନ ମହାପ୍ରସାଦ ସେବନର ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର କିଟ୍ ବ୍ୟାଗ୍ (ଯେଉଁଥିରେ ପାଣି ବୋତଲ, ଟୋପି, ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଥିବ) ପ୍ରଦାନ କରାଯିବା ସହ ₹୩ ଲକ୍ଷ ପର୍ଯ୍ୟନ୍ତ ଗ୍ରୁପ୍ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ମଧ୍ୟ ମିଳିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments