ଟିଟିଲାଗଡ଼, (୨୦/୦୯) : ଆପ୍ର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ସ୍ଥିତ ଚିତ୍ରଗୁପ୍ତ କଲ୍ୟାଣ ମଣ୍ଡପରେ କରଣ ସମାଜର ସାଧାରଣ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସର୍ବସମ୍ମତିକ୍ରମେ ନୂତନ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି । ଏହି କମିଟି ଆଗାମୀ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବା ସହ କରଣ ସମାଜ, ଟିଟିଲାଗଡ଼ର ପ୍ରଗତି, ବିକାଶ ଓ ସାମାଜିକ କଲ୍ୟାଣ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବ । ନୂତନ କମିଟିର କର୍ମକର୍ତ୍ତାମାନେ ହେଲେ ସଭାପତିଦୟାସାଗର ପଟ୍ଟନାୟକ, ଉପ-ସଭାପତି ରାମନାରାୟଣ ବୋହିଦାର (ସୁଭାଷ), ସମ୍ପାଦକ ସନ୍ତୋଷ ମହାନ୍ତି, ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀମତୀ ଶେଫାଳୀ ପଟ୍ଟନାୟକ ।
କାର୍ଯ୍ୟନିର୍ବାହୀ ସଦସ୍ୟ ଚକ୍ରପାଣି ପଟ୍ଟନାୟକ, ଜିତେନ ପଟ୍ଟନାୟକ, ଦିବାକର ପଟ୍ଟନାୟକ (ଦେବୁ), ତାରକେଶ୍ୱର ପଟ୍ଟନାୟକ (ବଡ଼ବାବୁ), ଗଣେଶ ପ୍ରସାଦ ମହାନ୍ତି, ପ୍ରଶାନ୍ତ କୁମାର ପଟ୍ଟନାୟକ, ଚିନ୍ତାମଣି ପଟ୍ଟନାୟକ, ଗୌରୀଶଙ୍କର ପଟ୍ଟନାୟକ, ନିରୋଜ ପଟ୍ଟନାୟକ, ସୌମେନ୍ଦ୍ର ପଟ୍ଟନାୟକ (ଗାନୁ), ସନ୍ତୋଷ ପଟ୍ଟନାୟକ । ପରାମର୍ଶଦାତା ଶଙ୍କର୍ଷଣ ପଟ୍ଟନାୟକ, ସୀତାରାମ ପଟ୍ଟନାୟକ, ଶଶିଧର ପଟ୍ଟନାୟକ । ଆଇନ ପରାମର୍ଶଦାତା ପ୍ରଦୀପ ମହାନ୍ତି ଓ ମହେଶ କୁମାର ମହାନ୍ତି । “ଏକତା ଆମର ଶକ୍ତି, ସେବା ଆମର ସଙ୍କଳ୍ପ ଏବଂ ସମାଜର ପ୍ରଗତି ଆମର ଲକ୍ଷ୍ୟ” ବୋଲି ନୂତନ କମିଟି ପ୍ରକାଶ କରିଛି । କାର୍ଯ୍ୟକ୍ରମ ଶେଷରେ ଚିତ୍ରଗୁପ୍ତ ସେବା ସମିତିର ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

