Homelocalଶୋଇଥିବା ଅବସ୍ଥାରେ ହାତୀ ଆକ୍ରମଣରେ ଜଣେ ମୃତ

ଶୋଇଥିବା ଅବସ୍ଥାରେ ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ, (୨୧/୦୯) : ଆପ୍ର : ଘରେ ଶୋଇଥିବା ସମୟରେ ଗତକାଲି ରାତ୍ରିରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।

କପିଳାସ ରେଞ୍ଜ ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଞ୍ଚାୟତ ଅଧୀନ ରାମେଇଖମାର ଗ୍ରାମର ଅଖିଳ ଭୋଇଙ୍କର ପୁଅ ପ୍ରମୋଦ ଭୋଇ ୪୩ ବର୍ଷ ନିଜର ଚାଳ ଘରେ ଶୋଇ ଥିବା ସମୟରେ ପାଖ ଜଙ୍ଗଲରୁ ଖାଦ୍ୟ ଅନେଶ୍ବନରେ ଏକ ବଡ଼ ଦାନ୍ତ ହାତୀ ଗତକାଲି ରାତ୍ରି ପ୍ରାୟ ୧ ଟା୩୦ସମୟରେ ପ୍ରମୋଦ ଭୋଇ ଶୋଇଥିବା ଘରର ମାଟି କାନ୍ଥ ଭାଙ୍ଗି ଘରେ ଥିବା ଧାନ ଚାଉଳ ଖାଇଥିଲା । ଶବ୍ଦ ହେବାରୁ ପ୍ରମୋଦର ନିଦ ଭାଙ୍ଗି ଯାଇଥିଲା। ଏହାପରେ ହାତୀ ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା । ଅନ୍ୟ ଘରେ ଶୋଇଥିବା ତାଙ୍କ ପତ୍ନୀ ଓ ପିଲା ପାଖ ପଡୋଶୀ ଘରକୁ ଜୀବନ ବିକଳରେ ପଳାଇଥିଲେ ।

ଛାତ ଉପରେ ଚଢି ପାଟି କରିବାରୁ ଗ୍ରାମବାସୀମାନେ ଆସି ତୁରନ୍ତ କପିଳାସ ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କପିଳାସ ରେଞ୍ଜ ଅଧିକାରୀ ଓ ହାତୀ ସ୍କ୍ୱାର୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ଉକ୍ତ ସ୍ଥାନରେ ଜଗି ରହିଥିବା ଉକ୍ତ ନରହନ୍ତାକୁ ଘଉଡ଼ାଇବା ସହ ଘଟଣାସ୍ଥଳରେ ପ୍ରମୋଦର ମୃତ ଶରୀରକୁ ବ୍ୟବଛେଦ ପାଇଁ ଢେଙ୍କାନାଳ ମେଡିକାଲକୁ ପଠାଇଥିଲେ। ହାତୀ ଆକ୍ରମଣ ଘଟଣାକୁ ନେଇ ଗ୍ରାମରେ ଆଜି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments