Homelocalମଡର୍ଣ୍ଣ ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲରେ ଶିଶୁ ଦିବସ ଓ ପୁରସ୍କାର ବିତରଣ ଉତ୍ସବ ପାଳିତ

ମଡର୍ଣ୍ଣ ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲରେ ଶିଶୁ ଦିବସ ଓ ପୁରସ୍କାର ବିତରଣ ଉତ୍ସବ ପାଳିତ

ପୁରୁଷୋତ୍ତମପୁର, (୧୬/୧୧) : ଆପ୍ର : ପୁରୁଷୋତ୍ତମପୁର ସ୍ଥିତ ନୀଳକଣ୍ଠ ନଗରରେ ଥିବା ମଡର୍ଣ୍ଣ ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲ ପରିସରରେ ଆଜି ପବିତ୍ର ଶିଶୁ ଦିବସ ଅବସରରେ ପୁରସ୍କାର ବିତରଣ ଉତ୍ସବ’ ଅନୁଷ୍ଠାନ ର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜନା ରେ ମହାସମାରୋହରେ ପାଳିତ ହୋଇଯାଇଛି ।

ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମପୁରର ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଅରୁଣ କୁମାର ପଣ୍ଡା, ପୁରୁଷୋତ୍ତମପୁର ଅଧ୍ୟକ୍ଷ (ଚେୟାରମ୍ୟାନ) ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ପୁରୁଷୋତ୍ତମପୁର ଫରେଷ୍ଟର ଶ୍ରୀ ନୀଳମାଧବ ଜେନା ଏବଂ ନ୍ୟୁଜ୍-୭ ର ସାମ୍ବାଦିକ ଶ୍ରୀ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏବଂ ସେମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ସେମାନଙ୍କ ଜୀବନ ଗଢିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକ ଓ ଅଭିଭାବକମାନଙ୍କୁ ବେଶ୍ ଆନନ୍ଦିତ କରିଥିଲା । ଏହି ଅନୁଷ୍ଠାନ ର ନୀତି, ନିୟମ, ପାଠପଢ଼ା ଓ ଆଦର୍ଶ କୁ ଅଞ୍ଚଳ ବାସୀ ଭୁୟସୀ ପ୍ରଶଂସା କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments