Homelocalଶିଶୁ ମହୋତ୍ସବ ପାଳିତ

ଶିଶୁ ମହୋତ୍ସବ ପାଳିତ

ଗୁଣପୁର, (୧୪/୧୧) : ଆପ୍ର : ଶିଶୁ ପ୍ରତିଭା ବିକାଶ ମଞ୍ଚ ଦ୍ଵାରା ଗୁଣପୁର ଠାରେ ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2026 11 15 at 16.38.37

ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵସ୍ତିକ ଜମାଦାର , ଵକ୍ତା ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା , ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ , ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୁନି କୁନି ଛାତ୍ରୀ ମାନଙ୍କ ଦ୍ୱାରା ଶିଶୁ ଦିବସର ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । କଳା , ସଂସ୍କୃତି , କ୍ରୀଡା , ଶିକ୍ଷା,ସାହିତ୍ୟ କୁ ନେଇ ଶିଶୁ ମହୋତ୍ସବ ପୂର୍ବ ପ୍ରସ୍ତୁତି ପୂର୍ବକ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରି ଶିଶୁ ପ୍ରତିଭା ମାନଙ୍କୁ ଚୟନ କରାଯାଇଥିଲା । ମଞ୍ଚାସିନ ଅତିଥି ମାନେ ଶିଶୁ ଦିବସର ମହତ୍ତ୍ବ ବିଷୟରେ ଆଲୋକପାତ କରିଥିଲେ ।WhatsApp Image 2026 11 15 at 16.38.38

ଏହି ମହୋତ୍ସବରେ ଓଡ଼ିଶାର ସୁନାମଧନ୍ୟ ଶିଶୁ କଳାକାର ତାପସ ଷଡ଼ଙ୍ଗୀ ଓ ଶିଶୁ କଣ୍ଠଶିଳ୍ପୀ ଅର୍ଚ୍ଚନା ରଥଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । ଶେଷରେ ସହରର ବିଭିନ୍ନ ବିଦ୍ୟାଳୟ ଓ ନୃତ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ସମସ୍ତ ଦର୍ଶକଙ୍କୁ ବିମୋହିତ କରିଥିଲା । ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶିଶୁ ପ୍ରତିଭା ବିକାଶ ମଞ୍ଚ ର ଆବାହକ ଶକ୍ତି ଦାସ , ସଭାପତି ଜଗନ୍ନାଥ ପଟ୍ଟନାୟକଙ୍କ ସଂଯୋଜନା ଓ ଶିଶୁ ପ୍ରତିଭା ବିକାଶ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗରେ ଉତ୍ସବଟି ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ତପନ ସୁନାମୁଦି ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments