ଗଞ୍ଜାମ, (୧୬/୧୧) : ଆପ୍ର : ଗଞ୍ଜାମ ଜିଲ୍ଲପାଳଙ୍କ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ସ୍ଥାନ କୁ ବୁଲି ଆଗୁଆ ବାତ୍ୟା ର ସ୍ଥିତି କଲେ ସମୀକ୍ଷା ।
ପୁଣି ଆସୁଥିବା ବାତ୍ୟା କୁ ନେଇ ଗଞ୍ଜାମ ଜିଲ୍ଲା ବାସୀଙ୍କ ମନରୁ ବର୍ଷା ଓ ବନ୍ୟାର କରୁଣ ଓ ଭୟଙ୍କଜିଲ୍ଲା ର ମନରୁ ଲିଭି ନଥିବା ବେଳେ ପୁଣି ଏକ ବାତ୍ୟା ଆସୁଥିବାରୁ ଓ ଓଡିଶା ର ବିଭିନ୍ନ ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲା ଅରେଞ୍ଜ ଜୋନରେ ରହିଥିବାରୁ ଗଞ୍ଜାମ ଜିଲ୍ଲପାଳ ଭି.କିର୍ତ୍ତୀଭାସନ ଓ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ପୁରୁଷୋତ୍ତମପୁରତହସିଲଦାର ବିନୋଦ କୁମାର ବେହେରା, ବିଡ଼ିଓ ଦେବାଶିଷ ସାମଲ ଅତିରିକ୍ତ ତହସିଲଦାର ସଂଗୀତା ସେଠୀ, କେ ଦେବାଶିଷ ମହାପାତ୍ର, ପୂର୍ତ୍ତ ବିଭାଗ ଯେଇ ସୋନିଆ ପ୍ରଧାନ,ଜଳ ସମ୍ପଦ କନିଷ୍ଟ ଯେଇ ସାଗର କୁମାର ଦାଶ, ପୁରୁଷୋତ୍ତମପୁର ବ୍ଲକର ଆସନ୍ତା ୧୮ ଓ ୧୯ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ପୁରୁଷୋତ୍ତମପୁର ବ୍ଲକ ର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ।
ବନ୍ୟାରେ ନଷ୍ଟ ହୋଇଥିବା ରାସ୍ତାଘାଟ, ନଦୀଘାଟ ଓ କେନାଲଗୁଡ଼ିକର ଯୁଦ୍ଧକାଳୀନ ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ନେଇ ମାଇକ୍ ଯୋଗେ ଜନ ସାଧାରଣ ଙ୍କୁ ଜନସଚେତନତା କରାଇବା । ପୂର୍ବ ବନ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେଥିବା ବନ୍ୟା ଆଶ୍ରୟସ୍ଥଳ ଓ ଗାଁ’ର ଆଶ୍ରୟ ସ୍ଥଳ, ସ୍କୁଲ, ଗୁଡିକ ରେ ଲୋକଙ୍କୁ ନେଇ ସୁରକ୍ଷିତ କରାଯିବା ନେଇ ପ୍ରସ୍ତାବ ଦେଇଥିଲେ । ସେହି ସ୍ଥାନ ମାନଙ୍କରେ ଯେମିତି ପାନୀୟ ଜଳ, ଶୁଖିଲା ଖାଦ୍ୟ, ଔଷଧ ସହ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯିବ ତାଉପରେ ମଧ୍ୟ ଅନ୍ୟ ଅଧିକାରୀ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ରହିବ । ଏହାସହ ବିଭିନ୍ନ ଡ୍ୟାମ୍ରୁ ଆବଶ୍ୟକ ଅନୁଯାୟୀ ପାଣି ନିଷ୍କାସନର ବ୍ୟବସ୍ଥା ଉପରେ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ତେବେ ଆସୁଥିବା ବାତ୍ୟା କୁ ନେଇ ଆତଙ୍କିତ ନ ହୋଇ ସତର୍କ ସୂଚନା ଓ ନିର୍ଦ୍ଦେଶ ମାନିବାକୁ ଜିଲାପାଳ ନିର୍ଦେଶ ଦେଇଥିଲେ ।

