Homeaccidentଟ୍ରେନ ଧକ୍କା ରେ ୧୬ଟି ଛେଳି ର ମୃତ

ଟ୍ରେନ ଧକ୍କା ରେ ୧୬ଟି ଛେଳି ର ମୃତ

​ସୁବର୍ଣ୍ଣପୁର , (୨୮/୦୬): ଟ୍ରେନ ଧକ୍କା ରେ ୧୬ ଗୋଟି ଛେଳି ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ରେଳ ଲାଇନ ରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି l

​ରବିବାର ସକାଳେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମପଞ୍ଚାୟତ ର କୁଲିପାଲି ଗ୍ରାମ ନିକଟ ଦେଇ ଯାଇଥିବା ବଲାଙ୍ଗୀର ଖୋର୍ଦ୍ଧା ରେଳ ଲାଇନ ରେ ଟ୍ରେନ ଧକ୍କା ରେ ୧୬ ଗୋଟି ଛେଳି ର ମୃତ୍ୟୁ ହୋଇଛି l ନିଜର ଦୈନନ୍ଦିନ ଜୀବିକା ପାଇଁ ଛେଳି ଚରାଉଥିବା ବେଳେ ରେଳ ଲାଇନ୍ ଅତିକ୍ରମ କରୁଥିବା ବେଳେ ୧୬ ଟି ଛେଳିର ଟ୍ରେନ୍ ଇଞ୍ଜିନରେ ଧକ୍କା ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି l ​କେବଳ ଛେଳି ର ମୃତ୍ୟୁ ହୋଇନି, ବରଂ ଜଣେ ଗରିବ ଚାଷୀର ପରିବାର ଚଳିବାର ମୁଖ୍ୟ ଆଧାର ମଧ୍ୟ ଉଜୁଡି ଯାଇଛି । ଏହି ଛେଳିଗୁଡ଼ିକ ଉପରେ ନିର୍ଭର କରି ହିଁ ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ।

ଆଜିର ଏହି ଦୁର୍ଘଟଣା ତାଙ୍କ ପରିବାର ପାଇଁ ଅତ୍ୟନ୍ତ କଷ୍ଟଦାୟକ ଓ କ୍ଷତିକାରକ ସାବ୍ୟସ୍ତ ହୋଇଛି। ​ଦୁଃଖିତ ଚାଷୀ ଜଣକ ଏବେ ପ୍ରଶାସନ ଓ ସରକାରଙ୍କ ନିକଟରେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି । ଅତି କଷ୍ଟରେ ଚଳୁଥିବା ଏହି ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments