ସୁବର୍ଣପୁର ,(୨୫/୧୧): ସୁବର୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବାଞ୍ଜିପାଲି ନିମ୍ବର୍କ ନଗରୀ ଠାରେ ନିମ୍ବାର୍କ ଜୟନ୍ତୀ ମହା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ବଂଶୀଧରଜି ମହାରାଜଙ୍କ ତତ୍ୱାବଧାନାରେ ଏବଂ ଗ୍ରାମବାସୀ ଓ କେନ୍ଦ୍ରୀୟ କମିଟିର ମିଳିତ ସହଯୋଗରେ ଆୟୋଜିତ ଏହି ହଜାର ହଜାର ଭକ୍ତ ଯୋଗଦେଇଥିଲେ l ପ୍ରାରମ୍ଭରେ କଳଶ ଶୋଭାଯାତ୍ରା କରାଯାଇ ସ୍ଥାପନ କରଯାଇଥିଲା l
ଆଜି ସକାଳୁ ଯଂଜ୍ଞ ଆରମ୍ଭ ପରେ ଅଭ୍ୟର୍ଥନା ତଥା ଗୁରୁଦେବଜିଙ୍କ ନଗର ପରିକ୍ରମା, ଗୁରିପୂଜନ ଉତ୍ସଵ ଅନୁଷ୍ଠିତ ହୋଇ ଥିଲା l ପରେ ସାମୁହିକ ଗୋପାଳ ସହସ୍ର ନାମ ଓ ହଂସ ଗୀତା ପଠନ କରାଯାଇଥିଲା l ଏହି ଅବସରରେ ଦେବଙ୍କର ପାରମ୍ପରିକ ଦିବ୍ୟ ଅମୃତାବାଣୀ ଶ୍ରବଣ ପରେ ବାର୍ଷିକ ବିବରଣୀ ପଠନ, ତଦନ୍ତେ ଆରତୀ, ପୁଷ୍ପାଞ୍ଜଳି ଅର୍ପଣ ପରେ ଶାନ୍ତି ପାଠ କରାଯାଇ ଉଦଯାପନ କରାଯାଇଥିଲା l ଏହି ମହୋତ୍ସବରେ ୫ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା l

