କାଳବୈଶାଖୀ ହେଲା କାଳ,ରାସ୍ତାରେ ପଡ଼ିଥିବା ଗଛ ସହ ଧକ୍କା ହୋଇ ଜଣେ ମୃତ, ୨ ଗୁରୁତର

Date:

Share post:

ପାଟଣାଗଡ଼, (୦୬/୦୬) : ଆପ୍ର : ବେଲପଡ଼ା ଥାନା ବାଗଦୋର-ତେନ୍ତୁଳିମୁଣ୍ଡା ରାସ୍ତା ଡେବ୍ରିପାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଛନ୍ତି ।

ମୃତକ ତେନ୍ତୁଲିମୁଣ୍ଡା ଗାଁର କ୍ଷୀରଧର ବନଗୋଲା ଓରଫ୍‌ ଦୀନେଶ (୨୨) । ସୂଚନାଯୋଗ୍ୟ ଯେ,ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ଅଞ୍ଚଳରେ ପବନ ବୋହିବା ସହ ପ୍ରବଳ ବର୍ଷା ହୋଇଥିଲା । ଡେବ୍ରିପାଲି ଛକ ନିକଟରେ ରାସ୍ତାକଡ଼ରେ ଥିବା ଏକ ବିରାଟ ଗଛ ଭାଙ୍ଗି ରାସ୍ତାଉପରେ ପଡ଼ିଥିଲା । କ୍ଷୀରଧର ସଂଧ୍ୟାରେ କୌଣସି କାମରେ ବାଇକରେ ମଣ୍ଡଳ ଗାଁକୁ ଆସିଥିଲେ । କାଳବୈଶାଖୀ ଯୋଗୁଁ ଗାଁକୁ ଫେରି ନ ପାରି ମଣ୍ଡଳ ଗାଁ’ରେ ରହି ଯାଇଥିଲେ । ବର୍ଷା ପବନ ବନ୍ଦ ହେବାପରେ ରାତିରେ ସେ ଗାଁକୁ ଯିବାକୁ ବାହାରିଥିଲେ । ମଣ୍ଡଳ ଗାଁ’ର ଜିତୁ ବନଛୋର ଓ କଏରୁ ନାମକ ଯୁବକ କ୍ଷୀରଧରଙ୍କୁ ଗାଁରେ ଛାଡ଼ିଦେବାକୁ ତାଙ୍କ ସହ ବାଇକରେ ଆସୁଥିଲେ ।

ରାତି ପ୍ରାୟ ୮ଟା ୩୦ରେ ଡେବ୍ରିପାଲି ଛକ ନିକଟରେ ରାସ୍ତା ଉପରେ ପଡ଼ିଥିବା ଗଛ ସହ ବାଇକ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ତିନିଜଣ ଯାକ ଗୁରୁତର ହୋଇଥିଲେ । ବେଲପଡ଼ା ଅଗ୍ନିଶମ ବାହିନୀ ଗୁରୁତରଙ୍କୁ ଉଦ୍ଧାର କରି ବେଲପଡ଼ା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର କ୍ଷୀରଧରଙ୍କୁ ମୃତ ଘୋଷଣା କରିଥିବା ବେଳେ ଜିତଙ୍କୁ ବଲାଙ୍ଗିର ଭୀମ ଭୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଦୁର୍ଘଟଣାରେ କଏରୁ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ବେଲପଡ଼ା ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଛି । ମୃତଦେହ ବେଲପଡ଼ା ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...