Homelocalପ୍ରଶାସନିକ ଅବହେଳା ଯୋଗୁଁ ହନ୍ତସନ୍ତ ଲୋକେ, ଘରେ ଭିତରେ ପଶିଲା ବର୍ଷା ପାଣି

ପ୍ରଶାସନିକ ଅବହେଳା ଯୋଗୁଁ ହନ୍ତସନ୍ତ ଲୋକେ, ଘରେ ଭିତରେ ପଶିଲା ବର୍ଷା ପାଣି

ବରଗଡ଼, (୦୭/୦୭) : ଆପ୍ର : ଲୋକଙ୍କୁ କଲବଲ କରୁଛି ସାତ ଦିନର ଲଗାଣ ବର୍ଷା । ପ୍ରଶାସନିକ ଅବହେଳା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ ।

ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି । ବିଶେଷ କରି ରେଲୱେ ଷ୍ଟେସନ ରୋଡ଼ସ୍ଥିତ ଇନକମ ଟ୍ୟାକ୍ସ ଅଫିସ ସମ୍ମୁଖରେ ଥିବା ବାସଗୃହ ଗୁଡ଼ିକରେ ବର୍ଷା ପାଣି ପଶିଯିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରେଲୱେ ଷ୍ଟେସନ ରୋଡ଼ସ୍ଥିତ ଇନକମ ଟ୍ୟାକ୍ସ ଅଫିସ ସମ୍ମୁଖରେ ଥିବା ଘରଗୁଡ଼ିକରେ ବର୍ଷା ପାଣି ପଶିଯାଇଛି । ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିବାରୁ ଖାଦ୍ୟ ସାମଗ୍ରୀ, ପୋଷାକ, ଆସବାବପତ୍ର ସହ ଅନ୍ୟାନ୍ୟ ଘରୋଇ ଜିନିଷ ପାଣିରେ ବୁଡ଼ି ରହିଛି ।

ଶୋଇବା ତ ଦୂରର କଥା ଖାଦ୍ୟ ରାନ୍ଧିବାକୁ ଚୂଲି ମଧ୍ୟ ନାହିଁ । ଘରେ ଭିତରେ ଥିବା ଚୂଲିରେ ମଧ୍ୟ ପାଣି ପଶିଯାଇଛି । ପାଣି ନିଷ୍କାସନର ସୁବିଧା ନ ଥିବାରୁ ପରିବାର ଲୋକେ ଘର ଭିତରେ ହିଁ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି । ଅଞ୍ଚଳବାସୀଙ୍କ ଅଭିଯୋଗ, ବାରମ୍ବାର ଜଣାଇବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ କରାଯାଇନାହିଁ । ତେଣୁ ତୁରନ୍ତ ପାଣି ନିଷ୍କାସନ ବ୍ୟବସ୍ଥା କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments