ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକା ଉଦ୍ଧାର

Date:

Share post:

ନବରଙ୍ଗପୁର, (୧୩/୦୬) : ଆପ୍ର : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକାକୁ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ ୯ଜଣ ନାବାଳିକା ଉଦ୍ଧାର

ବାହାର ରାଜ୍ୟକୁ ଦାଦନ ଖଟିବା ନିମନ୍ତେ ଦଲାଲର ଗାଡିକୁ ଡାବୁଗାଁ ବ୍ଲକ ସରାଗୁଡା ଛକ ନିକଟରେ ଅପେକ୍ଷା କରିଥିଲେ ନାବାଳିକା । ଜିଲ୍ଲା ଶ୍ରମିକ ସଭାପତି ସନାତନ ସାହୁଙ୍କୁ ସନ୍ଦେହ ହେବାରୁ ତୁରନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ । ସ୍ଥାନୀୟ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ । ଖବର ପାଇ ଡ଼ାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୯ଜଣ ନାବାଳିକାଙ୍କୁ ଉଦ୍ଧାର କରି ଥାନାରେ ରଖିଛନ୍ତି । ଶ୍ରମିକମାନଙ୍କୁ କେଉଁଠି ଏବଂ କେଉଁ କାମ ପାଇଁ ନିଆଯାଉଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ବୟାନ ଆଧାରରେ ଘଟଣାର ଅଧିକ ଖୋଳତାଡ଼ ଚାଲିଛି । ପୋଲିସ ଆସିବା ପୂର୍ବରୁ ଘଟଣା ସ୍ଥଳରୁ ଦଲାଲ ଫେରେର ହୋଇଯାଇଛି । ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...