HomeBlogସୁବର୍ଣ୍ଣପୁର ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ,(୧୨/୦୮):ସୁବର୍ଣ୍ଣପୁର ଜିଲ୍ଲା ଆପାତକାଳୀନ ବୈଠକ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାସାୟନିକ ଦୁର୍ଘଟଣା ଓ ଏହାର ସଠିକ ପରିଚାଳନା ନିମିତ୍ତ ଆପାତକାଳୀନ ପ୍ରସ୍ତୁତି ଏବଂ ମୁକାବିଲା ପଦକ୍ଷେପ ବିଷୟରେ ସମୀକ୍ଷା କରଯାଇଥିଲା। ଆସିଷ୍ଟାଣ୍ଟ ଡିରେକ୍ଟର ଫ୍ୟାକ୍ଟ୍ରି ଆଣ୍ଡ ବଏଲର, ବଲାଙ୍ଗିର ମଣ୍ଡଳ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ ମାଧ୍ୟମରେ ବୈଠକର ଲକ୍ଷ୍ୟ ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଜିଲ୍ଲା ଆପାତକାଳୀନ ଦଳର କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।ac4182c8 1a4e 4254 b752 442d794c9643

ଜିଲ୍ଲାରେ ଥିବା କ୍ଷୁଦ୍ର ଫ୍ୟାକ୍ଟ୍ରି ଗୁଡିକର ପରିଚାଳକ/ମାଲିକ ମାନେ ଆପାତକାଳୀନ ପରିସ୍ଥିତି ଉପୁଜିଲେ ବା ଆପାତକାଳୀନ ରାସାୟନିକ ଦୁର୍ଘଟଣା ପରିଚାଳନା ପାଇଁ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ କଣ କଣ ପଦକ୍ଷେପ ନେଇଛନ୍ତି ବା କଣ କଣ ପଦକ୍ଷେପ ଗ୍ରହଣ କରିବେ ତାହା ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଏହି ଜିଲ୍ଲା ଅନର୍ଗତ ସଡକ ପଥରେ ପରିବହନ ହେଉଥିବା ରାସାୟନିକ ପଦାର୍ଥ ଓ ବିପଦପୂର୍ଣ୍ଣ ଗ୍ୟାସ ଦୁର୍ଘଟଣା ଘଟିଲେ ତାହାର ସୁପରିଚାଳନା କିପରି କରାଯାଇପାରିବ ସେଥି ନିମିତ୍ତ ଏକ ଆଦର୍ଶ କାର୍ଯ୍ୟ ନିର୍ବାହ ନିୟାମକ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୋର (ଏସଓପି) ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଗଲା । ରାସାୟନିକ ପଦାର୍ଥ ଓ ବିପଦପୂର୍ଣ୍ଣ ଗ୍ୟାସ ଦୁର୍ଘଟଣା ଗୁଡିକର ତ୍ଵରିତ ପରିଚାଳନା ନିମିତ୍ତ ଆଞ୍ଚଳିକ ଆପାତକାଳୀନ ଦଳ ଗଠନ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ରାୟଗଡ଼ା ଡେପୁଟି ଡିରେକ୍ଟର ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବୈଠକ ସଂଯୋଜନା କରିବା ସହ ଫ୍ୟାକ୍ଟ୍ରି ଗୁଡିକ କେଉଁ କେଉଁ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ନିତାନ୍ତ ଜରୁରୀ ତାହା ଉପରେ ପରାମର୍ଶ ପ୍ରଦାନ କରିଥିଲେ ।

ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ସମସ୍ତ ବିଭାଗୀୟ ସମନ୍ଵୟ ରକ୍ଷା ଉପରେ ଗୁରୁତ୍ଵାରୋପ କରିବା ସହ ସମସ୍ତଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟକୁ ପ୍ରତିହତ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଡିପିଏଚଓ ଡା ଦେବୀ ପ୍ରସାଦ ମହାପାତ୍ର , ଜିଲ୍ଲା ଜରୁରୀ ଅଧିକାରୀ ରାଜେଶ କୁମାର ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓସ୍ଡମା ବିଶ୍ୱନାଥ ନାୟକ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରିତୀ ସୁନା , ଜିଲ୍ଲା ସ୍ତରୀୟ ସଦସ୍ୟ ବୃନ୍ଦ ଓ ଜିଲ୍ଲାରେ ଥିବା କ୍ଷୁଦ୍ର ଫ୍ୟାକ୍ଟ୍ରି ଗୁଡିକର ପରିଚାଳକ/ମାଲିକମାନେ ଉପସ୍ଥିତ ରହିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments